ମହାପ୍ରଭୁଙ୍କୁ ଲାଗି ହେଲା ଫୁଲୁରି ତେଲ

ମହାସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ । ଜ୍ୱରରୁ ଆରୋଗ୍ୟ କରିବା ପାଇଁ ମହାପ୍ରଭୁଙ୍କ ପାଇଁ ଚାଲିଛି ସ୍ୱତନ୍ତ୍ର ଗୁପ୍ତ ସେବା ଓ ଉପଚାର । ଠାକୁରଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଚେରମୂଳି ପଥୀ ଓ ବିଶେଷ ତେଲ ଯାହାକୁ କୁହାଯାଏ ଫୁଲୁରି ତେଲ । ଅଣସର ଘରେ ଥିବା ବଡଠାକୁର.ମା’ ସୁଭଦ୍ରା ଓ କାଳିଆ ସାଆନ୍ତଙ୍କଠାରେ ଲାଗି ହେଉଛି ଫୁଲୁରି ତେଲ । ଫଳରେ ଜ୍ୱରରୁ ଆରୋଗ୍ୟ ହେବେ ଜଗତ ଗୋସାଇଁ । ଏହାପରେ ନବ ଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ ।