ଭୁଲ ଫଟୋ ଦେଖି ଭ୍ରମିତ ହୁଅନ୍ତୁନି

ରୂପା ଛାଉଣି କବାଟରେ ଠିକ୍ ଅଛି ସିଂହର ଅବସ୍ଥିତି

ସୋସିଆଲ ମିଡିଆରେ ଘୁରିବୁଲୁଛି ଶ୍ରୀମନ୍ଦିର ସିଂହଦ୍ୱାରରେ ଲାଗିଥିବା ନୂଆ ରୂପା ଛାଉଣୀ ଦ୍ୱାରର ଭୁଲ ଚିତ୍ର । ସିଂହଦ୍ୱାରରେ ଲାଗିଥିବା ସିଂହମୂର୍ତ୍ତି ଭୁଲ ଭାବରେ ଲଗାଯାଇଥିବା ସାମାଜିକ ଗଣମାଧ୍ୟମରେ ଭୁଲ ଖବର ଘୁରିବୁଲୁଛି। ହେଲେ ଘୁରିବୁଲୁଥିବା ଏହି ଫଟୋ କେହି ବ୍ୟକ୍ତି ଏଡିଟ କରି ଭୁଲ ଚିତ୍ରିତ କରି ସୋସିଆଲ ମିଡ଼ିଆରେ ଛଡ଼ାଯାଇଥିବା କୁହାଯାଇଛି । ଦୁଇ ସିଂହମୂର୍ତ୍ତିକୁ ଏଡ଼ିଟ କରି ଦୁଇ ସିଂହମୂର୍ତ୍ତିଙ୍କ ମୁହଁ ଗୋଟିଏ ପାଶ୍ୱର୍କୁ ରଖିଛନ୍ତି । ଏହାକୁ ନାଲି ଗାର ଟାଣି ସାମାଜିକ ଗଣମାଧ୍ୟମରେ ଛାଡ଼ିବା ସହ ନୂଆ ରୂପା ଝାଉଣି ଦ୍ୱାରର ଫଟୋ ଯୋଡ଼ି ରୂପା କାରୁକାର୍ଯ୍ୟ ନିର୍ମାଣବେଳେ ତ୍ରୁଟି କରାଯାଇଥିବା କୁହାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ପୂର୍ବରୁ ସିଂହଦ୍ୱାରରେ ଯେଉଁଭଳି ଦୁଇ ସିଂହମୂର୍ତ୍ତି ଥିଲା ଏବେ ବି ସେହିଭଳି ରହିଛି । ରୂପା ଲାଗିବା ପରେ କୈାଣସି ପରିବର୍ତ୍ତନ ହୋଇନାହିଁ । କେହି ପୂର୍ବ କବାଟରେ ଥିବା ସିଂହମୂର୍ତ୍ତିକୁ ଏଡ଼ିଟ କରି ଭକ୍ତଙ୍କୁ ବିଭ୍ରାନ୍ତ କରିଛନ୍ତି । ତେବେ ସେମାନଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଭକ୍ତଙ୍କ ମହଲରେ ଦାବି ହୋଇଛି ।