
ବ୍ୟାସନଗର ବିଜେଡି ପକ୍ଷରୁ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଶୁଭ ଜନ୍ମଦିନ ଅବସରରେ ଏହି ଶିବିରର ଆୟୋଜନ କରାଯାଇଛି। ଅନୁଷ୍ଠିତ ଶିବିରକୁ କୋରେଇ ବିଧାୟକ ଅଶୋକ କୁମାର ବଳ ଶୁଭାରମ୍ଭ କରିଥିବା ବେଳେ ଅଶୋକ ଦାସ ଫାଉଣ୍ଡେସନ ର ସଚିବ ଭବପ୍ରସାଦ ଦାସ,ଜିଲ୍ଲାପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା,ଜିଲ୍ଲା ମହିଳା ସଭାନେତ୍ରୀ ସବିତା ରାଉତ, ପୌର ପରିଷଦ ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଓ ଯୁବ ବିଜେଡି ସଭାପତି ପ୍ରତାପ ମହାନ୍ତି ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ଯୁବ,ଛାତ୍ର ଓ ମହିଳା ଜନତା ଦଳର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରୁଥିବା ଦେଖିବାକୁ ମିଳିଥିଲା। ତେବେ ସାଙ୍ଗଠନିକ ସମ୍ପାଦକଙ୍କ ଜନ୍ମଦିନକୁ ନେଇ ଯୁବବର୍ଗଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା ।
