
ବାଲେଶ୍ୱରର ବାହାନଗା ଷ୍ଟେସନରେ ରହିବନି ଟ୍ରେନ୍। କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ପରେ ରିଲେ ରୁମକୁ ସିଲ୍ କରିଛି ସିବିଆଇ । ରିଲେ ରୁମ୍ ସିଲ୍ ହୋଇଥିବାରୁ ବାହାନଗା ଷ୍ଟେସନ୍ରେ ରହିବନି ଟ୍ରେନ୍ । ସିବିଆଇ ରିଲେ ରୁମ୍ ଖୋଲିଲେ ପୂର୍ବଭଳି ବାହାନଗା ଷ୍ଟେସନ୍ରେ ରହିବ ପାସେଞ୍ଜର ଟ୍ରେନ୍ । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣ-ପୂର୍ବ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀ।