ବାହାନଗା ଟ୍ରେନ ଟ୍ରାଜେଡି, ଗଲା ଆଉ ଜଣଙ୍କ ଜୀବନ

କଟକ(ଯଯାତି ଏକ୍ସପ୍ରେସ ବ୍ଯୁରୋ): ପୁଣି ସାମ୍ନାକୁ ଆସିଲା ଆଉ ଏକ ଦୁଃଖଦ ଖବର । ବାଲେଶ୍ୱର ବାହାନଗା ଟ୍ରେନ ଟ୍ରାଜେଡିରେ ଯୋଡି ହେଲା ଆଉ ଏକ ଦୁଃଖ ଖବର । ବାହାନଗାରେ ଘଟିଥିବା କରମଣ୍ଡଳ ଟ୍ରେନ ଦୁ୍‌ର୍ଘଟଣାରେ ଆଖି ବୁଝିଲେ ଆଉ ଜଣେ ଚିକିତ୍ସିତ । ଏହା ସହ ମୃତକଙ୍କ ସଂଖ୍ୟା ୨୯୧କୁ ବୃଦ୍ଧି ହୋଇଛି ।

କରମଣ୍ଡଳ ଦୁର୍ଘଟଣା ସାରା ବିଶ୍ୱକୁ ଚକିତ କରିଥିବା ବେଳେ ଘଟଣାସ୍ଥଳେ ଯାଇଥିଲା ୨୮୮ ଜଣଙ୍କ ଜୀବନ । ଏହି ଦୁର୍ଘଟଣାରେ ଆହତ ହୋଇ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଥିବା ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୋହେଲ ମନସୁର। ତାଙ୍କ ଘର ବିହାରରେ।

ଏସ୍‌ସିବିର ଟ୍ରମା ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିଲା।ଏହା ପୂର୍ବରୁ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏସ୍‌ସିବି ରେ ଚିକିତ୍ସାଧୀନ ଥିବା ଆଉ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ବାହାନଗା ଟ୍ରେନ ଦୁର୍ଘଟଣାରେ ଘଟଣାସ୍ଥଳରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ଘଟିଲାଣି।