ବଢିଲା ହୀରାକୁଦ ଜଳସ୍ତର

ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ପରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ଓ ଜଳ ପ୍ରବେଶ ବଢ଼ିଛି । ଜଳଭଣ୍ଡାରରେ ଗୁରୁବାର ଜଳସ୍ତର ୬୦୦.୩୯ ଫୁଟ ଥିବାବେଳେ ତାହା ଆଜି ବୃଦ୍ଧି ପାଇ ୬୦୦.୫୬ ଫୁଟରେ ପହଞ୍ଚିଛି । ତେବେ ଜଳ ପ୍ରବେଶ ବଢ଼ିବାରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ତେଣେ ଗୁରୁବାର ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପିଛା ୩୬୫ କ୍ୟୁସେକ ଜଳ ପ୍ରବେଶ କରୁ ଥିବାବେଳେ ଆଜି ଏହା ବୃଦ୍ଧି ପାଇ ୯୫୨୩ରେ ପହଞ୍ଚିଛି । ଛତିଶଗଡ଼ର କଲମା ବ୍ୟାରେଜ୍‌ର କିଛି ଗେଟ୍ ଖୋଲା ଥିବାବେଳେ ଏଠାରୁ ୪୦୦୦ ହଜାରୁ ଅଧିକ କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଉଛି ।