ବଢିବ ଗ୍ରାଣ୍ଟ-ଇନ୍-ଏଡ୍ ପରିସର !

ବଢିବ ରାଜ୍ୟ ସରକାରଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ପରିସର। ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ଅଧିକ ଘରୋଇ କଲେଜକୁ ମିଳିବ ସରକାରୀ ମାନ୍ୟତା। ୨୦୦୮ରୁ ୨୦୧୩ ଭିତରେ ପ୍ରତିଷ୍ଠା ହୋଇଥିବା କଲେଜ ଏବଂ ଏଥିରେ କାମ କରୁଥିବା ଅଧ୍ୟାପକ ଓ କମର୍ଚାରୀଙ୍କ ତାଲିକା ମାଗିଛି ଉଚ୍ଚଶିକ୍ଷା ବିଭାଗ। ଏସବୁ କଲେଜକୁ ମାନ୍ୟତା ଓ ଦରମା ଦେବା ପାଇଁ ନୂଆ ଗ୍ରାଣ୍ଟ-ଇନ୍-ପଲିସି ଆସିବ। ଏହା ପୂର୍ବରୁ ସମସ୍ତ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ବିସ୍ତୃତ ତଥ୍ୟ ମାଗିଛି ଉଚ୍ଚଶିକ୍ଷା ବିଭାଗ ।