ବଢ଼ିଲା ସୁନା ଓ ରୁପା ଦର

ସୁନା ଦରରେ ବଡ଼ ଝଟକା, ଦିନକରେ ବଢ଼ିଲା ୨ ହଜାର ୯୦୦ ଟଙ୍କା

ହଠାତ୍ ବଢ଼ିଗଲା ସୁନା ଓ ରୁପା ଦର। ନଭେମ୍ବର ଆରମ୍ଭରୁ ଲଗାତାର ଉପରମୁହାଁ ହେଉଛି ଦାମ୍। ଗୋଟିଏ ଦିନରେ ସୁନା ୩ ହଜାର ଟଙ୍କା ପାଖାପାଖି ମହଙ୍ଗା ହୋଇଥିବା ବେଳେ ରୁପା କିଲୋ ପିଛା ବଢ଼ିଛି ୧୦ ହଜାର ଟଙ୍କା। ଏହି ଦରବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢ଼ାଇ ଦେଇଛି।ବଜାରରେ ସୁନା ଦରରେ ଆଜି ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୨ ହଜାର ୯୦୦ ଟଙ୍କା ବଢ଼ି ୧ ଲକ୍ଷ ୩୦ ହଜାର ୯୦୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୪ କ୍ୟାରେଟ୍ ସୁନାର ଦାମ୍ ୩ ହଜାର ୧୬୦ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୪୨ ହଜାର ୮୦୦ ଟଙ୍କା ହୋଇଛି।ରୁପା ଦର ମଧ୍ୟ ଗ୍ରାହକଙ୍କୁ ଝଟକା ଦେଇଛି। ଦିନକରେ ରୁପା କିଲୋ ପିଛା ୧୦ ହଜାର ଟଙ୍କା ବଢ଼ି ୨ ଲକ୍ଷ ୧୦ ହଜାର ଟଙ୍କାରେ ପହଞ୍ଚିଛି। ଫଳରେ ସୁନା ସହ ରୁପା କିଣିବା ମଧ୍ୟ ଏବେ ମହଙ୍ଗା ହୋଇଯାଇଛି।

Leave a Reply

Your email address will not be published. Required fields are marked *