ଫେରାର ହୋଇଗଲେ କି ବିଦ୍ୟାଭାରତୀ ?

ACF ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ନେଉଛି ନୂଆମୋଡ଼ । କୁଆଡେ ଫେରାର ହୋଜ୍ଯାଇଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ। ଆଉ ବିଦ୍ୟାଭାରତୀଙ୍କୁ ଖୋଜି ପାଉନି ପୁଲିସ। କୋର୍ଟଙ୍କ ଜାମିନ ବିହୀନ ଗିରଫ ପରୱାନା ପରେ ପୁଲିସ ବିଦ୍ୟାଭାରତୀଙ୍କୁ ଖୋଜିବାକୁ କପ୍ତିପଦା ଗୌଡ଼ ଗାଁକୁ ୨ ଥର ଯାଇ ନିରାଶ ହୋଇ ଫେରିଛି। ଏପରିକି ବିଦ୍ୟାଭାରତୀଙ୍କ ପରିବାର ଲୋକେ ଗାଁରେ ନଥିବା ଜଣାପଡ଼ିଛି। ବିଦ୍ୟାଭାରତୀଙ୍କ ନାଁରେ NBW ଜାରି ପରେ ତାଙ୍କୁ କୋର୍ଟରେ ହାଜର କରାଇବା ପାଇଁ ପୁଲିସ ତାଙ୍କ ଗାଁକୁ ଯାଇଥିଲା ।

ବିଦ୍ୟାଭାରତୀ କାର୍ଯ୍ୟରତ ଥିବା ଅଫିସକୁ ଯଇଥିଲା ପୁଲିସ । ହେଲେ ସେଠି ମଧ୍ୟ ପୁଲିସକୁ ନୀରସ ହେବାକୁ ପଡିଛି। କାହିଁକି ନା ବିଦ୍ୟାଭାରତୀ ୨ ତାରିଖ ପର୍ଯ୍ୟନ୍ତ ଛୁଟିରେ ଥିଲେ ବୋଲି ପୁଲିସ ସୂଚନ ପାଇଥିଲା। ଗତକାଲି ଛୁଟି ଅବଧି ସରିଥିବାରୁ ବିଦ୍ୟାଭାରତୀଙ୍କ ଅଫିସକୁ ପୁଲିସ ଯାଇଥିଲା। ହେଲେ ଅଫିସରେ ବିଦ୍ୟାଭାରତୀ ନଥିଲେ। ତେବେ କୁଆଡେ ଗଲେ ବିଦ୍ୟାଭାରତୀ ତାହା ଏବେ ବଡ ପ୍ରଶ୍ନବାଚୀ। କହିରଖୁ କି ୨୦୨୧ ଜୁଲାଇ ୧୨ ତାରିଖରେ ପାରଳାଖେମୁଣ୍ଡିର ଏସିଏଫ୍‌ ସୌମ୍ଯରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ମୃତ୍ୟୁ ପରେ ସନ୍ଦେହ ଘେରକୁ ଆସିଥିଲେ ବିଦ୍ୟାଭରତୀ। ଡିଏଫ୍‌ଓଙ୍କ ପାଇଁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏପରିକି ଅନୈତିକ ସମ୍ପର୍କ ନେଇ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।

ତିନି ଦିନ ତଳେ ବିଦ୍ୟାଭାରତୀଙ୍କ ନାଁରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, DFO ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ NBW ଜାରି କରିଥିଲେ ପାରଳାଖେମୁଣ୍ଡି SDJM କୋର୍ଟ। ଆସନ୍ତା ଜୁଲାଇ ୭ ତାରିଖରେ ହାଜର କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ମାମଲା ଖାରଜ ପାଇଁ ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରିଥିଲେ କୋର୍ଟ। ହେଲେ ଏବେ ବିଦ୍ୟାଭାରତୀଙ୍କୁ ଖୋଜି ପାଉନି ପୋଲିସ । ସଭିଙ୍କ ମନରେ ଗୋଟିଏ ପ୍ରଶ୍ନ ଛୁଟି ସାରିବା ପରେ କାହିଁକି ଅଫିସ ଆସିନାହାନ୍ତି ବିଦ୍ୟା । କେଉଁ ଆଡେ ଫେରାର ହୋଇଯାଇ ନାହାନ୍ତି ତ ? ଯାହା ଏବେ ପୋଲିସ ପାଇଁ ପାଲଟିଛି ମୁଣ୍ଡବିନ୍ଧା।