ଫାଙ୍କିଥିଲା, ଏବେ ଘାଣ୍ଟି ହେଉଛି !

ଖୋଲୁଚି   DN ଗ୍ରୁପ୍ ର ମହା କେଲେଙ୍କାରୀ। ଦୀର୍ଘ ଦିନ ଧରି ଆୟକର ଫାଙ୍କିବା ଅଭିଯୋଗରେ  DN ଗ୍ରୁପ୍ ଉପରେ ଜାରି ରହିଛି ଚଢାଉ । ଦ୍ବିତୀୟ ଦିନରେ ବି ଆଇଟି ରେଡ୍ ଜାରି ରହିଛି । ରାତି ସାରା ଚଢ଼ାଉ ଜାରି ରଖିଛି ଆୟକର ବିଭାଗ। ଏବେ ଵି ପୋଷ୍ଟାଲ କଲୋନୀରେ ଟଙ୍କା ଗଣୁଛି ଆୟକର ବିଭାଗ। DN ଗ୍ରୁପର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ରେଡ୍ ବେଳେ 11 କୋଟି ଟଙ୍କା ଜବତ କରିଛି ଆଇଟି। କେଉଁଠୁ ଆସିଲା ଏତେ ଟଙ୍କା, ତାର ହିସାବ ଦେଇପାରୁନାହାନ୍ତି ଚନ୍ଦ୍ରଶେଖର।

ଗତକାଲି ଡିଏନ୍ ଗ୍ରୁପ ଚେୟାର ମ୍ୟାନ୍ ଜଗଦୀଶ ନାୟକଙ୍କ ଘର ସମେତ ଅଫିସ ଓ ବିଭିନ୍ନ ସମ୍ପର୍କୀୟଙ୍କ ଘରେ ରେଡ୍ କରିଥିଲା ଆଇଟି। ରାଜ୍ୟରେ ବିଭିନ୍ନ ସପିଂ ମଲ, ସ୍କୁଲ, କନଷ୍ଟ୍ରକସନ୍ କମ୍ପାନୀ ସହ ବଡ଼ ବଡ଼ ପ୍ରୋଜେକ୍ଟ ରେ ଆପାର୍ଟମେଣ୍ଟ କରି କୋଟି କୋଟି ଟଙ୍କାର ବ୍ୟବସାୟ କରେ ଡିଏନ୍ ଗ୍ରୁପ। ଆୟକର ଫାଙ୍କିବା ଅଭିଯୋଗରେ ରାଜ୍ୟ ତଥା ରାଜ୍ୟ ବାହାରେ 27ରୁ ଉର୍ଦ୍ଧ୍ବ ସ୍ଥାନରେ ଏକକାଳୀନ ଆଇଟି ଚଢାଉ କରିଛି। କେବଳ ରାଜଧାନୀରେ 7ଟି ସ୍ଥାନରେ ହୋଇଛି ଚଢ଼ାଉ।

ଡିଏନ ଗ୍ରୁପ୍ ମାଲିକ ଜଗଦୀଶ ପ୍ରସାଦ ନାଏକ ଓ ତାଙ୍କ କର୍ମଚାରୀଙ୍କ ଘରେ ଗତକାଲି ଆୟକର ବିଭାଗ ଚଢ଼ାଉ କରି ନଗଦ ୩୦କୋଟି ଟଙ୍କା ଜବତ କରିବା ପରେ ରାଜ୍ୟ ରାଜନୀତି ସରଗରମ ସରିଛି। ଆଜି ଦ୍ୱିତୀୟ ଦିନରେ ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢାଉ ଜାରି ରଖିଛି। ଭୁବନେଶ୍ୱର ୟୁନିଟ୍-୪ ସ୍ଥିତ ପୋଷ୍ଟାଲ କଲୋନୀ ସମେତ କିଛି ସ୍ଥାନରେ ରେଡ୍‌ ଚାଲିଥିବା ସୂଚନା ମିଳିଛି।

ସବୁଠୁ ବଡ କଥା ହେଲା କର୍ମଚାରୀ ଜଣଙ୍କ ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ ? କେଉଁ ଉଦ୍ଦେଶ୍ୟରେ ଓ କାହାଠାରୁ ଏତେ ଟଙ୍କା ଆଣି ଜଣେ କର୍ମଚାରୀ ନିଜ ଘରେ ଥାକ ମାରି ରଖିଥିଲେ ? ଏପରି ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ ପଚାରୁଛନ୍ତି ଆୟକର ଅଧିକାରୀ।