ପୁରୀ ବଡ଼ଦାଣ୍ଡରେ ହୋଟେଲ ଭିତରେ ବିସ୍ଫୋରଣ

ପୁରୀ ବଡ଼ଦାଣ୍ଡରେ ହୋଟେଲ ଭିତରେ ବିସ୍ଫୋରଣ, ୪ ଗୁରୁତର !

ପୁରୀ ବଡ଼ଦାଣ୍ଡରେ ଥିବା ଏକ ହୋଟେଲ ଭିତରେ ବିସ୍ଫୋରଣ ଘଟିବା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ବିସ୍ଫୋରଣରେ ଚାରି ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ହଠାତ୍ ହୋଟେଲ ଭିତରେ ଜୋରଦାର ବିସ୍ଫୋରଣ ହେବାରୁ ଆତଙ୍କିତ ହୋଇପଡ଼ିଥିଲେ ହୋଟେଲରେ ଥିବା ଲୋକେ । ବିସ୍ଫୋରଣର କାରଣ ହୋଟେଲ ର୍ରେସ୍ତୁରଣ୍ଟରେ ଗ୍ୟାସ ସିଲିଣ୍ଡର ବୋଲି ଜଣାପଡିଛି । ବିସ୍ଫୋରଣରେ ହୋଟେଲ ଛାତ ଫାଟିଯାଇଥିବାବେଳେ କ୍ଷୟକ୍ଷତି ଘଟିଛି । ପୁରୀ ଏସପି ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି । ଘଟଣା ସମ୍ପର୍କରେ ଅଧିକ ତଥ୍ୟ ତଦନ୍ତ ପରେ ହିଁ ଜଣାପଡିବ ।

Leave a Reply

Your email address will not be published. Required fields are marked *