ପୁଣି ଶିମିଳିପାଳରେ ଅଭାବନୀୟ ଘଟଣା । ଏବେ ଆଉ ବନ ବିଭାଗ ଅଧିକାରୀଙ୍କୁ ଡରୁନାହାନ୍ତି ଶିକାରୀ । ଫଳରେଶିକାରୀଙ୍କ ଗୁଳିରେ ଯାଇଛି ଆଉ ଜଣେ ବନ କର୍ମଚାରୀଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ଘଟିଛି। ମୃତ ଫରେଷ୍ଟରଙ୍କ ନାଁ ମାଟି ହାଁସଦା। ସେ ବାରାହକାମୁଡ଼ାର ଫରେଷ୍ଟର ଥିଲେ। ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ଏହି ଘଟଣା ଘଟିଛି। ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ମୋଟ ୬ ଜଣ ଶିକାରୀ ଥିଲେ। ସେମାନଙ୍କ ହାତରେ ବନ୍ଧୁକ ଥିଲା। ଶିକାରୀମାନଙ୍କୁ କାବୁ କରିବାକୁ ବନକର୍ମଚାରୀମାନେ ପ୍ରୟାସ କରିଥିଲେ। ସେତେବେଳେ ସେମାନଙ୍କ ମଧ୍ୟରେ ହାତାହାତି ସହ ଗୁଳିବିନିମୟ ମଧ୍ୟ ହୋଇଥିଲା। ଆଉ ସେହି ସମୟରେ ଶିକାରୀଙ୍କ ଗୁଳିରେ ଫରେଷ୍ଟର ମାଟି ହାଁସଦାଙ୍କ ମୃତ୍ୟୁ ଘଟିଥିଲା। ଗୁଳି ତାଙ୍କ ଛାତିରେ ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
Related Posts
ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର
- User 003
- August 10, 2024
- 0
ମୁଖ୍ୟମନ୍ତ୍ରୀଙ୍କ ‘ବାତ୍ୟା’ ସମୀକ୍ଷା
- User 003
- October 24, 2024
- 0
୬୧ ବର୍ଷ ପରେ ପୂରଣ ହେବ କଳାହାଣ୍ଡିବାସୀଙ୍କ ସ୍ବପ୍ନ
- Editor
- August 7, 2023
- 0