ପୁଣି ଟ୍ରେନ୍ ଦୁର୍ଘଟଣା ନେଲା 6 ଜୀବନ

ଯାଜପୁର ରୋଡ ଷ୍ଟେସନ ନିକଟରେ ଦୁର୍ଘଟଣା

ପୁଣି ଥରେ ଟ୍ରେନ୍ ଦୁର୍ଘଟଣା । ଓଡିଶାରେ ଥମୁନି ରେଳ ଦୁର୍ଘଟଣା । ବାହାନଗା ପରେ ଏବେ ଯାଜପୁର ରୋଡ୍ ରେଳ ଷ୍ଟେସନରେ ବଡ଼ ଧରଣର ଅଘଟଣ । ଟ୍ରେନରେ କଟି 4 ଜଣଙ୍କ ମୃତ୍ୟୁ ହୋଇଛି । କାଳବୈଶାଖୀ ବର୍ଷାରୁ ରକ୍ଷା ପାଇବାକୁ ମାଲବାହୀ ଟ୍ରେନ ତଳେ ସମସ୍ତେ ଆଶ୍ରୟ ନେଇଥିଲେ । ଏହି ସମୟରେ ଟ୍ରେନ ଗଡ଼ିବାରୁ ଚାପି ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଚାରିଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲ ନିଆଯାଇଛି । ସମସ୍ତ ମୃତକ ଶ୍ରମିକ ହୋଇଥିବା ସୂଚନା ମିଳିଛି । ପାଖରେ କାମ କରୁଥିବା ସମୟରେ ବର୍ଷା ଓ ପବନ ହୋଇଥିଲା । ଏଥିରୁ ରକ୍ଷା ପାଇବା ପାଇଁ ବଗି ତଳେ ଆଶ୍ରୟ ନେଇଥିଲେ । ଏହି ସମୟରେ ଟ୍ରେନ୍ ଗଡ଼ିବାରୁ ତା ତଳେ ଚାପି ହୋଇ ଶ୍ରମିକମାନଙ୍କ ମୃତ୍ୟୁ ହୋଇଛି । ଜିଆରପି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଶ୍ରମିକଙ୍କ ପରିଚୟ ମିଳିପାରିନାହିଁ ।