ପଞ୍ଚାୟତରେ ମିଳୁ ଜାତୀୟ ପେନସନ୍

ଓଡ଼ିଶାରେ ବ୍ୟାଙ୍କିଂ ନେଟଓ୍ବର୍କ ବଢାଇବାକୁ କେନ୍ଦ୍ର ପାଖରେ ବିଜେଡିର ବାରମ୍ବାର ଦାବି । ଏପର୍ଯ୍ୟନ୍ତ ୬୦% ଗାଁରେ ବ୍ୟାଙ୍କିଂ ସୁବିଧା ନାହିଁ। ହେଲେ ଓଡ଼ିଶାର ବିଜେପି ସାଂସଦ ରାଜ୍ୟ ସ୍ବାର୍ଥ ପାଇଁ ସ୍ୱର ଉଠାଇବା ପରିବର୍ତ୍ତେ ନିରବଦ୍ରଷ୍ଟା ପାଲଟିଛନ୍ତି। ସେହିପରି କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ପଦରେ ଥିବା ଓଡ଼ିଆ କେନ୍ଦ୍ରମନ୍ତ୍ରୀ ମଧ୍ୟ ସ୍ୱର ଉଠାଇ ନାହାନ୍ତି। ଜାତୀୟ ପେନସନ ଯୋଜନାରେ ହିତାଧିକାରୀ ରାଜ୍ୟରୁ ୫୦% ଓ କେନ୍ଦ୍ରରୁ ୫୦% ପାଆନ୍ତି। କେନ୍ଦ୍ର ବ୍ୟାଙ୍କିଂ ସୁବିଧା ଦେଉନଥିବାରୁ ମଧୁବାବୁ ପେନସନ ପରି ଜାତୀୟ ପେନସନ୍ ପଂଚାୟତ ଅଫିସରେ ଦେଲେ ଲୋକେ ଉପକୃତ ହେବେ ବୋଲି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି। ପଞ୍ଚାୟତସ୍ତରରେ ଭତ୍ତା ପାଉଛନ୍ତି ମଧୁବାବୁ ପେନସନ୍ ଯୋଜନାର ହିତାଧିକାରୀ। ୨୦୦୮ରେ ରାଜ୍ୟ ସରକାର ମଧୁବାବୁ ପେନସନ ଯୋଜନା ଆରମ୍ଭ କରିଥିଲେ। ଏଥରେ ୨୮ଲକ୍ଷ ହିତାଧିକାରୀ ରହିଛନ୍ତି। ସେମାନେ ପଞ୍ଚାୟତ ଅଫିସରୁ ଭତ୍ତା ପାଉଛନ୍ତି। ହେଲେ ଜାତୀୟ ପେନସନ ଯୋଜନାରେ ଥିବା ୨୦ଲକ୍ଷ ହିତାଧିକାରୀ ଭତ୍ତା ପାଇଁ ଅର୍ଥ ଖର୍ଚ୍ଚ କରି ସହରର ବ୍ୟାଙ୍କକୁ ଯାଆନ୍ତି।