ନୂଆ ରୂପ ପାଇବ ବାହାନଗା ହାଇସ୍କୁଲ

ନୂଆ ରୂପ ପାଇବ ବାହାନଗା ହାଇସ୍କୁଲ । 5T ଉପକ୍ରମରେ ବାହାନଗା ହାଇସ୍କୁଲର ହେବ ପୁନଃନିର୍ମାଣ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି । ଗତ ୨ ତାରିଖରେ ବାହାନଗା ରେଳ ଷ୍ଟେସନରେ ଭୟାବହ ରେଳ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ବାହାନଗା ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଉଦ୍ଧାର ଓ ସେବା କାର୍ଯ୍ୟରେ ଯୋଗ ଦେଇଥିଲେ। ସେମାନଙ୍କ ମହତ୍ବ ଯୋଗଦାନକୁ ଉତ୍ସାହିତ କରିବା ପାଇଁ ବାହାନଗା ହାଇସ୍କୁଲକୁ 5T କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ।