ନୂଆ ବର୍ଷ ପାଇଁ ପୁରୀରେ ପ୍ରବଳ ଭିଡ଼

ମହାପ୍ରଭୁଙ୍କ ଦର୍ଶନରୁ ନୂଆ ବର୍ଷ ଆରମ୍ଭ

ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନରୁ ନୂଆବର୍ଷର ପ୍ରଥମ ଦିନ ଆରମ୍ଭ କରିବାକୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ହଜାର ହଜାର ଭକ୍ତ । ନୂଆବର୍ଷ ନୀତିକାନ୍ତି ପାଇଁ ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଖୋଲିଛି । ନୀତିକାନ୍ତି ପରେ ଦର୍ଶନ ଆରମ୍ଭ ହୋଇଛି । ଜଗାଙ୍କୁ ଦର୍ଶନ କରି ପରିବାରର ମଙ୍ଗଳ କାମନା କରି ନୂଆବର୍ଷ ସୁଖ ସମୃଦ୍ଧିରେ କଟିବାକୁ କାମନା କରୁଛନ୍ତି ଶ୍ରଦ୍ଧାଳୁ । ସେଇଥି ପାଇଁ ଦୂରଦୂରାନ୍ତରୁ ଭକ୍ତ ଛୁଟି ଆସିଛନ୍ତି ବଡ଼ଦେଉଳକୁ । ଜଗାକୁ ଦେଖି, ମନ କଥା ଦୁଃଖ ଜଣାଇ ଆଶିଷ ନେଉଛନ୍ତି । ସେପଟେ ବେଳାଭୂମୀରେ ବୁଲି ମଉଜରେ ନୂଆ ବର୍ଷ କାଟିବାକୁ ପୁରୀକୁ ଛୁଟି ଆସିଛନ୍ତି ଦେଶବିଦେଶର ପର୍ଯ୍ୟଟକ । ବେଳାଭୂମିରେ ବୁଲି ସମୁଦ୍ରରେ ସ୍ନାନ କରି ୨୦୨୬ର ପ୍ରଥମ ଦିନକୁ ନିଆରା ଢଙ୍ଗରେ କାଟିବାକୁ ଜମିଛି ପର୍ଯ୍ୟଟକଙ୍କ ଭିଡ଼ ।

Leave a Reply

Your email address will not be published. Required fields are marked *