ଦୁଇ ବସ ମୁହାଁମୁହିଁ ଧକ୍କା, ୧୬ ଗୁରୁତର

ପୁଣି ଦୁଇ ବସ ମୁହାଁମୁହିଁ ଧକ୍କା। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ତାମୁଳିଆ ବ୍ରିଜ ଉପରେ । ବାଲେଶ୍ବରରୁ ବାରିପଦା ଅଭିମୁଖେ ଯାଉଥୁବା ଅଜୟ ବସ୍ ଏବଂ ଭୁବନେଶ୍ବରରୁ ବାଲେଶ୍ବର ଅଭିମୁଖେ ଆସୁଥୁବା ଅରବିନ୍ଦ ବସ୍ ଦୁର୍ଘଟଣା ଗ୍ରସ୍ଥ, ଉଭୟ ବସ୍ ର ୧୬ ରୁ ଅଧିକ ଯାତ୍ରୀ ଆହତ. ଆହତ ମାନଙ୍କୁ ବାଲେଶ୍ୱର ମେଡ଼ିକାଲ ରେ ଭର୍ତ୍ତି । ବାଲେଶ୍ୱର ସହର ର ମୁଖ୍ୟ ରାସ୍ତା ତାମୁଳୀଆ ବ୍ରିଜ ନିକଟରେ ଦୁଇଟି ଘରୋଇ ବସ ମଧ୍ୟରେ ମୁହାଁ ମୁହିଁଧକ୍କା । ଦୁର୍ଘଟଣା ପାଇଁ ବାଲେଶ୍ବରରୁ ଭୁବନେଶ୍ଵର ମୁଖ୍ୟ ରାସ୍ତା ପାଖାପାଖି ଦୁଇଘଣ୍ଟା ଅଚଳ ହୋଇପଡ଼ିଥିଲା ।

ତେବେ ଘଟଣା ଶତକରେ ପୁଲିସ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିଥିଲା । ଦୁର୍ଘଟଣା ଗ୍ରସ୍ତ ଅଜୟ ବସ ର ଡ୍ରାଇଭର ଗୁରୁତର ଆହତ ହୋଇ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସିତ ଚାଲିଛି । ସେହିଭଳି ଅନ୍ୟ ଗୁରୁତର ଓ ଆହାତ ଯାତ୍ରୀ ମାନଙ୍କୁ ମଧ୍ୟ ଆହତଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି ।

ତେବେ ସବୁଠାରୁ ବଡ଼ କଥାଯେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଶହଶହ ଯାତ୍ରୀ । ସେପଟେ ତାମୁଳିଆ ଓଭର ବ୍ରିଜ ଟି ନେରୋ ଏବଂ ଅଣଓସାରିଆ ଥିବାରୁ ବସ ଦୁଇଟି ଦୃତ ଗତି ରେ ଯାତାୟତ ପାଇଁ ଦୁର୍ଘଟଣା ଘଟିଛି । ସେପଟେ ବସ୍ ଦୁଇଟିର କାଗଜ ପତ୍ର ଠିକଠାକ ଅଛିକି ନାହିଁ ଯାହା ତଦନ୍ତ ହେବା ଆବଶ୍ୟକ ବୋଲି ସ୍ଥାନୟ ଲୋକେ ଅଭିଯୋଗ କରିଛନ୍ତି।