ଟାଟାଷ୍ଟିଲରେ ଅଘଟଣ, ୧୯ ଶ୍ରମିକ ଗୁରୁତର

ଢେଙ୍କାନାଳ କଂଟାବଣିଆ ସ୍ଥିତ ଟାଟାଷ୍ଟିଲରେ ଅଘଟଣ । ଷ୍ଟିମ୍ ପାଇପ ଫାଟି ୧୯ ଶ୍ରମିକ ଗୁରୁତର ହୋଇଛନ୍ତି । ଷ୍ଟିମ ପାଇପ ଫାଟି ଏଥିରୁ ବାହାରୁଥିବା ଗରମ ପାଣିରେ ପୋଡି ହୋଇ ଶ୍ରମିକ ମାନେ ଗୁରୁତର ହୋଇପଡିଛନ୍ତି । ସମସ୍ତ ଗୁରୁତରଙ୍କୁ କଟକରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୭ଜଣ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ପ୍ରାଥମିକ ଖବରରୁ ଜଣାପଡିଛି ।