ନୟାଗଡର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କ ସମ୍ପତି ଦେଖି ଆଚମ୍ବିତ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରଜେନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ । ରାଜା ଭଳି ଜୀବନ ବିତାଉଥିଲେ ବ୍ରଜେନ୍ଦ୍ର । ବାସ୍ତୁ ପାଇଁ ଘରେ ରଖିଥିଲେ ରୂପାର ହାତୀ । ରାଜଧାନୀର ବିଭିନ୍ନ ସ୍ଥାନରେ ତାଙ୍କର ୭ ଟି ଘର ରହିଛି । ୩୦ରୁ ଅଧିକ ଦୋକାନ ଅଛି । ଭୁବନେଶ୍ୱର ଗ୍ୟାରେଜ ଛକ ରାଧାକୃଷ୍ଣ ନଗରରେ ତାଙ୍କର ଏକ ବିରାଟ ଅଟାଳିକା ରହିଛି । ଯାହାର ମୂଲ୍ୟ ଦୁଇ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି । ଏଥିସହ ରାଧାକୃଷ୍ଣ ନଗରରେ ୫୦ ଲକ୍ଷ ଟଙ୍କାର ଡୁପ୍ଲେକ୍ସ ଅଛି । ଭୀମଟାଙ୍ଗୀରେ ବି ତାଙ୍କର ଆଉ ଏକ ଡୁପ୍ଲେକ୍ସ ରହିଛି । ସେହିପରି ରାଜଧାନୀର ଶିଶୁପାଳଗଡ଼, ଲୁଇସରୋଡ, ରବିଟକିଜରେ ବ୍ରଜେନ୍ଦ୍ରଙ୍କ ଘର ଅଛି । ପୁରୀ ନିମାପଡା ସୁନାଗରଡା ଅଂଚଳରେ ୩୦ରୁ ଅଧିକ ଦୋକାନ ତାଙ୍କର ଅଛି । ୨୦ରୁ ଅଧିକ ଏଲଆଇସି ବଣ୍ଡ । ୧୫ରୁ ଅଧିକ ବ୍ୟାଙ୍କ ଆକାଉଂଟ ରହିଛି । ତେବେ ଭିଜିଲାନ୍ସ ଅଧିକାରୀମାନେ ଆହୁରୀ ଚଢାଉ ଜାରି ରଖିଛନ୍ତି । ପୁରୀ ଓ ଭୁବନେଶ୍ୱରରେ ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢାଉ । ଭୁବନେଶ୍ୱରର ଭିମଟାଙ୍ଗୀ ଓ ରାଜାରାଣୀ କଲୋନିରେ ଥିବା ଘର, ନିମାପଡାରେ ଥିବା ପୈତୃକ ଘର ଏବଂ ଫାର୍ମ ହାଉସରେ ଚଢାଉ ଜାରି । ଚଢାଉରେ ୨ଜଣ ଡିଏସପି ଏବଂ ୬ ଜଣ ଇନ୍ସପେକ୍ଟର ସାମିଲ ।
Related Posts
ରଙ୍ଗ ବେରଙ୍ଗ ଆଲୋକରେ ଝଲସିଲା ରାମ ମନ୍ଦିର
- User 003
- November 1, 2024
- 0
ପାପଭାର ବଢ଼ିବା ପରେ ଅହଂକାରର ପତନ ହେଲା: ମୋହନ ମାଝୀ
- User 003
- June 24, 2024
- 0
୨ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା
- User 003
- June 11, 2024
- 0