କେତେ ସୁରକ୍ଷିତ ରାଜଧାନୀବାସୀ

ଆଇପିଏସ୍ ଅଫସରଙ୍କ ପରିବାରଠାରୁ ଲୁଟ୍ ଉଦ୍ୟମ

ବିଚ୍ ରାସ୍ତାରେ ରାତି ଅଧରେ ଚାଲିଛି ଲୁଟ୍ । ସୁରକ୍ଷିତ ନୁହଁନ୍ତି ଆଇପିଏସ ଅଫିସରଙ୍କ ପରିବାର । ତେବେ ସାଧାରଣ ଲୋକେ କେତେ ସୁରକ୍ଷିତ ତାହା ଆପଣ ବୁଝିପାରୁଥିବେ । ରାତି ଅଧରେ କାରକୁ ପିଛା କରି ଅଟକାଇଲେ । ତାପରେ ଲୁଟ୍ ଉଦ୍ୟମ କଲେ 2 ଦୁର୍ବୃତ୍ତ । ଏହା କେଉଁ ଉପାନ୍ତ ଅଞ୍ଚଳର ଘଟଣା ନୁହେଁ । ରାଜଧାନୀ ରାଜରାସ୍ତାର ଘଟଣା । IPS ସାଗରିକା ନାଥଙ୍କ ବାପା ଓ ମାଆଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ ଅଭିଯୋଗ । ବିଳମ୍ବିତ ରାତିରେ ଘାଟିକିଆ ରାସ୍ତାରେ ଆକ୍ରମଣ କରି ଲୁଟ୍‌ପାଟ୍‌ କରିବାକୁ ଚେଷ୍ଟା କରିଥିଲେ ବାଇକେ ଆସିଥିବା 2 ଦୁର୍ବୃତ୍ତ । ଆମ୍ରି ହସ୍ପିଟାଲ ନିକଟ ସତ୍ୟସାଇ ଏନକ୍ଲେଭ ସ୍ଥିତ ଘରକୁ ଫେରୁଥିବା ବେଳେ ଏଭଳି ଘଟଣା ଘଟିଛି । ୨ ଦୁର୍ବୃତ୍ତ ବାଇକ୍‌ରେ ଆସି କାର୍‌ ଅଟକାଇ ଆକ୍ରମଣ କରି ଲୁଟିଲେ । ସାଗରିକାଙ୍କ ବାପା ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ପରେ ପାଟି ଶୁଣି ପାଖାପାଖି ଲୋକେ ଆସିବାରୁ ସେଠାରୁ ଖସି ପଳାଇଥିଲେ ଲୁଟେରା । ଏନେଇ ଭରତପୁର ଥାନାରେ ଏତଲା ପରେ ପୋଲିସର ଛାନଭିନ୍‌ କରୁଛି । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିବାରୁ ରାଜଧାନୀରେ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ କରିଛନ୍ତି ସାଧାରଣ ଲୋକେ ।

Top of Form

Bottom of Form