କିନ୍ନର ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ
କିନ୍ନର ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଆଜି ତୃତୀୟ ଅଭିଯୁକ୍ତକୁ ଗିରଫ କରିଛି ପିପିଲି ପୋଲିସ । ପୂର୍ବରୁ କୃଷ୍ଣ କାଣ୍ଡିକୁ ଏନାକାଉଣ୍ଟର କରି ଗିରଫ କରିବା ପରେ ଦ୍ୱିତୀୟ ଅଭିଯୁକ୍ତ ସୁନୀଲ କାଣ୍ଡି କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ତୃତୀୟ ଅଭିଯୁକ୍ତ କୋଣାର୍କ ଅଞ୍ଚଳର ଛବିନ କାଣ୍ଡିକୁ ରାମଚଣ୍ଡୀ ଥାନା ଅଞ୍ଚଳରୁ ଗତକାଲି ରାତିରେ ଏକ ଜଙ୍ଗଲରୁ ଗିରଫ କରିଛି । ହତ୍ୟାକାଣ୍ଡ ମାତ୍ର ୩୦ ଟଙ୍କା ପାଇଁ ହୋଇଥିବା ଜଣା ପଡିଛି । ଦୀର୍ଘ ୨୦ ଦିନ ପରେ ଏହି କିନ୍ନର ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏହି ଘଟଣାରେ ପୂର୍ଣ୍ଣଛେଦ ପଡିଛି ।
