ଓଜେଇଇ କାଉନସେଲିଂ ଆରମ୍ଭ

ପିଲା ପଢିବେ ଇଞ୍ଜିନିୟରିଂ । ଆଜିଠୁ ଆରମ୍ଭ ହୋଇଛି ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା । ଏହାର ତତ୍ତ୍ବାବଧାନରେ ଥିବା ଓଜେଇଇ ଓ୍ବେବସାଇଟରେ ଏହାର ସମସ୍ତ ତଥ୍ୟ ଉପଲବ୍ଧ। ଅନଲାଇନ୍ ମାଧ୍ୟମରେ ଆରମ୍ଭ ହେବ ନାମଲେଖା ପାଇଁ ଆବେଦନ । ବିଟେକ, ବିଆର୍କ, ବିପ୍ଲାନ୍, ବିକ୍ୟାଟ, ଇଣ୍ଟିଗ୍ରେଟେଡ ଏମସିଏ ପଢିବାକୁ ଆଗ୍ରହ ଛାତ୍ରଛାତ୍ରୀମାନେ କରିବେ ଆବେଦନ । ତେବେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚଏସ ଫିଲିଂ କରି ପଞ୍ଜିକରଣ କରିବେ ଛାତ୍ରଛାତ୍ରୀ । ୧୪ ତାରିଖରେ ଚଏସ ଲକିଂ କରିବାକୁ ଥିବା ବେଳେ ୧୫ ତାରିଖ ସୁଦ୍ଧା ଶେଷ ହେବ ପଞ୍ଜିକରଣ ପ୍ରକ୍ରିୟା ଏବଂ ପରବର୍ତ୍ତୀ ସମୟରେ ୧୯ ତାରିଖରେ ପ୍ରକାଶ ପାଇବ ପ୍ରଥମ ସିଟ୍ ଆଲର୍ଟମେଣ୍ଟ ତାଲିକା ।

ତେବେ ଚଳିତବର୍ଷ ୪ଟି ରାଉଣ୍ଡରେ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବାକୁ ଥିବା ବେଳେ ଜୁଲାଇ ୬ ତାରିଖ ପୂର୍ବାହ୍ନ ୧୧ଟାରୁ ରାଙ୍କକାର୍ଡଧାରୀ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ ଓ ଚଏସ୍‌ ଫିଲିଂ କରିପାରିବେ। ୧୦ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଚଏସ୍‌ ଫିଲିଂ କରିଥିବା ପ୍ରାର୍ଥୀଙ୍କ ପାଇଁ ୧୨ ତାରିଖ ଅପରାହ୍ନରେ ମକ୍‌ ସିଟ୍‌ ଆଲଟ୍‌ମେଣ୍ଟ ପ୍ରକାଶ ପାଇବ।

୧୯ରୁ ୨୩ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ ରିପୋଟିଂ , ୨୦ରୁ ୨୫ ତାରିଖ ମଧ୍ୟରେ ସିଟ୍‌ ଆଲଟମେଣ୍ଟ ପ୍ରକ୍ରିୟାରୁ ଓହରିପାରିବେ। ସଠିକ ତଥ୍ୟକୁ ପଢି ଛାତ୍ରଛାତ୍ରୀମାନେ ଏହି ପକ୍ରିୟାରେ ଭାଗ ନେବେ। ଯେଉଁଥି ପାଇଁ ଓଜେଇଇ ତରଫରୁ ସମସ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି।