ଆସିବ ସୁଭଦ୍ରା ଯୋଜନାର ନୂଆ ଗାଇଡଲାଇନ୍
ଆସିବ ସୁଭଦ୍ରା ଯୋଜନାର ନୂଆ ଗାଇଡଲାଇନ୍ । ତେବେ ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କୁ କେମିତି ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ କରାଯିବ,ସେନେଇ ନୂଆ ଗାଇଡ଼ ଲାଇନ ଆସିବ । ଦିନ ୩ଟା ରେ ଏନେଇ ବସିବ ବିଭାଗର ବଡ଼ ବୈଠକ। ସୁଭଦ୍ରାରେ ଅଯୋଗ୍ୟ ଘୋଷିତ ହେଇଥିବା ଦୁଇ ଲକ୍ଷ ୬୭ ହଜାର ରିଜେକ୍ଟ ଲିଷ୍ଟ ଉପରେ ଏହି ବୈଠକରେ ଆଲୋଚନା ହେବ । ଆଉ କେଉଁ ଆଧାରରେ କେମିତି ସେମାନଙ୍କର ଭେରିଫିକେସନ୍ କରାଯିବ ସେନେଇ ନିଷ୍ପତ୍ତି ହେବ । ରିଜେକ୍ଟ ଲିଷ୍ଟ ଆବେଦନକାରୀଙ୍କ ଉପରେ ପୁନଃବିଚାର କରାଯିବ । ଆଉ ଖୁବଶୀଘ୍ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।