ଆନନ୍ଦ ଟପ୍ପୋଙ୍କ ମୃତ୍ୟୁର ହେବ ସିବିଆଇ ତଦନ୍ତ

ହାଇକୋର୍ଟଙ୍କ ରାୟ, ତଦନ୍ତ କରିବ ସିବିଆଇ

ହାଇକୋର୍ଟଙ୍କ ରାୟ, ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ମାମଲାର ହେବ ସିବିଆଇ ତଦନ୍ତ । ବଢିଲା ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ଅଡୁଆ । ଏକ ନିରପେକ୍ଷ ତଦନ୍ତାକାରୀ ସଂସ୍ଥା ଭାବେ କ୍ରାଇମବ୍ରାଞ୍ଚ ଏହାର ସାନି ତଦନ୍ତ ଆବଶ୍ୟକ ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ମାମଲାର ଅନ୍ୟତମ ଅଭିଯୁକ୍ତ କୁହାଯାଉଥିବା ବୀରେନ୍ଦ୍ର ଲାକ୍ରା ଜଣେ ଡିଏସପି ରାଙ୍କର ଅଧିକାରୀ ହୋଇଥିବାରୁ ତାଙ୍କଠାରୁ ଉଚ୍ଚ ପାହ୍ୟାର ଅଧିକାରୀ ଏହି ଘଟଣାର ତଦନ୍ତ କରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।