ଅଦା ଦର ଆକାଶ ଛୁଆଁ

ଅଦା ୩୦୦, ଲଙ୍କା ୪୦୦ ଟଙ୍କା

ଆପଣଙ୍କ ପାଖରେ ହଜାରେ ଟଙ୍କା ଅଛି । ଆଉ ଆପଣ ଯଦି ସେଥିରେ ପରିବା ଆଣିବାକୁ ହାଟକୁ ଯିବେ ତେବେ ଆପଣଙ୍କ ବ୍ୟାଗ୍ ଫୁଲ୍ ହେବ ନାହିଁ । ଏଥିରୁ ଅନୁମାନ କରିପାରୁଥିବେ ବଜାରରେ ପରିବା ଦର କେମିତି ରହିଛି । ଆମିଷ ହେଉ କିମ୍ବା ନିରାମିଷ । ପ୍ରତ୍ୟେକ ଦିନ ରୋଷେଇରେ ବ୍ୟବହାର ହୋଇଥାଏ ଅଦା । ବର୍ତ୍ତମାନ ରାଜଧାନୀ ବଜାରରେ ଅଦା କିଲୋ ୩୦୦ ଟଙ୍କା, କଞ୍ଚାଲଙ୍କା ୪୦୦ ଟଙ୍କାରେ ବିକ୍ରି ହେଉଛି । ସବୁ କଞ୍ଚା ପରିବାର ଦର ମଧ୍ୟ ୧୦୦ ଉପରେ ରହିଛି । ସ୍ଥିତି ଏଭଳି ହେଲାଣି ଯେ ଗରିବ ଓ ମଧ୍ୟବିତ୍ତ ପରିବାର ବଜାର ଗଲେ କ’ଣ କିଣିବେ କ’ଣ ନ କିଣିବେ ତାହା ସ୍ଥିର କରିପାରୁ ନାହାନ୍ତି । ବର୍ଷ ତମାମ ୮ରୁ ୧୦ ଟଙ୍କାରେ ବ୍ୟବସାୟୀଙ୍କୁ ଅଦା ବିକ୍ରି କରନ୍ତି କୋରାପୁଟ ଚାଷୀ । ଗତମାସରେ ବ୍ୟବସାୟୀମାନେ ୧୬୦ରୁ ୨୦୦ ଟଙ୍କାରେ ଓଡ଼ିଶା ଅଦା କିଣିଥିଲେ । ସେହି ଅଦାକୁ ଉତ୍ତରପ୍ରଦେଶ ବିହନ ଭାବରେ ବ୍ୟବହାର ପାଇଁ ବିକ୍ରି କରି ଦିଆଗଲା । ଯେଉଁଥିପାଇଁ ଓଡ଼ିଶା ବଜାରରେ ସ୍ଥାନୀୟ ଅଦା ନଥିବାରୁ ଦର ଲଗାମ ଛଡ଼ା ହୋଇଯାଇଛି ।