ବଢ଼ିଲା ଆଇପିଏସ ଦୟାଲ ଗଙ୍ଗୱାରଙ୍କ ଅଡୁଆ !
ବଢ଼ିଲା ଆଇପିଏସ ଦୟାଲ ଗଙ୍ଗୱାରଙ୍କ ଅଡୁଆ ! ସରକାର ଆରମ୍ଭ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। DGPଙ୍କୁ ମାଗିଲେ ଚାର୍ଜସିଟ୍ । ରାଜ୍ୟ ଗୃହ ବିଭାଗର ନିଲମ୍ବିତ ବରିଷ୍ଠ ଆଇପିଏସ ଅଫିସର ଦୟାଲ ଗଙ୍ଗୱାରଙ୍କ ବିରୋଧରେ ଆନୁଷ୍ଠାନିକ ଭାବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଚଳିତ ମାସ ପ୍ରଥମ ସପ୍ତାହରେ ତାଙ୍କୁ ନିଲମ୍ବନ କରାଯାଇଥିଲା । ଏବେ ତୁରନ୍ତ ଏକ ବିସ୍ତୃତ ଚାର୍ଜସିଟ୍ ପ୍ରସ୍ତୁତ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
ସରକାରୀ ନିୟମ ଅନୁଯାୟୀ, କୌଣସି ଅଧିକାରୀ ନିଲମ୍ବିତ ହେବାର ୩୦ ଦିନ ମଧ୍ୟରେ ତାଙ୍କ ବିରୋଧରେ ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ ହେବା ଜରୁରୀ । ସେହି କ୍ରମରେ ଜୁନ୍ ୨୯ରେ ଗୃହ ବିଭାଗ ପକ୍ଷରୁ ପୋଲିସ ବିଭାଗକୁ ଏକ ସ୍ମାରକପତ୍ର ପଠାଯାଇଛି । ଅନୁମୋଦନ ପାଇଁ ଆବଶ୍ୟକ ସମସ୍ତ ଦସ୍ତାବିଜ ତୁରନ୍ତ ପଠାଇବାକୁ କୁହାଯାଇଛି । ଓଡ଼ିଶା କ୍ୟାଡରର ୧୯୯୮ ବ୍ୟାଚ୍ ଆଇପିଏସ ଅଫିସର ଦୟାଲ ଗଙ୍ଗୱାରଙ୍କୁ ଗତ ଜୁନ୍ ୧୮ ତାରିଖରେ ସରକାରୀ ନିର୍ଦ୍ଦେଶନାମା ବଳରେ ନିଲମ୍ବନ କରାଯାଇଥିଲା ।
