ଶୋଇକି ଉଠିବା ପରେ କାହିଁକି ଲାଗେ ଥକା ?

ଥକାପଣର କାରଣ ଓ ନିରାକରଣ

ଦିନ ସାରା କାମ କରିବା ପରେ ଶରୀରର ଥକା ଓ ମାନସିକ ଶାନ୍ତି ପାଇଁ ଆମକୁ ଅତି କମ୍ ରେ 7-8 ଘଣ୍ଟା ଶୋଇବା ନିହାତି ଆବଶ୍ୟକ । ଯଦି ଆପଣ ରାତିରେ 7-8 ଘଣ୍ଟା ଶୋଇବା ପରେ ମଧ୍ୟ କ୍ଳାନ୍ତ ଅନୁଭବ କରୁଛନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଠିକ୍‌ ନୁହେଁ । ଦିନସାରା ଆମ ଶରୀରରେ କେତେ ଏନର୍ଜି ରହିବ ତାହା ଆମ ଖାଦ୍ୟପେୟ ଉପରେ ନିର୍ଭର କରିଥାଏ । ଆମ ଖାଦ୍ୟରେ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ଅଛି ଯାହା ଶରୀରରେ ମେଟାବୋଲିଜିମ୍ ବଢାଇ ଥାଏ ଏବଂ ଶକ୍ତି ମଧ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଯେତେବେଳେ ଶରୀରରେ କୌଣସି ପୋଷକ ତତ୍ତ୍ୱର ଅଭାବ ଥାଏ, ସେତେବେଳେ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ଥକାପଣର କାରଣ କେତେକ ପୋଷକ ତତ୍ତ୍ୱର ଅଭାବ ହୋଇପାରେ । ସେଥିପାଇଁ ଆମେ ଆଜି ଆପଣମାନଙ୍କୁ ଏହି ସମ୍ଭନ୍ଧୀୟ କିଛି କଥା ଜଣାଇବୁ ।

ଭିଟାମିନ୍ B 12:
ଭିଟାମିନ୍‌ ବି 12 ଆମ ଶରୀରରେ ଏନର୍ଜି ପ୍ରଡକ୍ସନ୍‌ କରାଇବା ସହ ରେଡ୍‌ ବ୍ଲଡ୍‌ ସେଲ୍ସ ମଧ୍ୟ ଯୋଗାଇ ଥାଏ । ଯଦି ଶରୀରରେ ଏହି ପୋଷକ ତତ୍ତ୍ୱର ଅଭାବ ହୁଏ, ତେବେ ଥକାପଣ ଏବଂ ଦୁର୍ବଳ ଲାଗିଥାଏ । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣଙ୍କୁ ମାଂସ, ମାଛ, ଅଣ୍ଡା ଏବଂ କ୍ଷୀର ଜାତିୟ ପଦାର୍ଥ ଖାଇବା ଉଚିତ୍ ।

ଭିଟାମିନ୍ D:
ଭିଟାମିନ୍‌ D ଶରୀରରେ ଶକ୍ତି ଉତ୍ପାଦନ ଏବଂ ମାଂସପେଶୀକୁ କାର୍ଯ୍ୟରେ ଲଗାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ଏହି ପୋଷକ ତତ୍ତ୍ୱର ଅଭାବରୁ ଥକାପଣ ଏବଂ ମାଂସପେଶୀ ଦୁର୍ବଳ ହୋଇପାରେ । ସେଥିପାଇଁ ଆପଣ ସୂର୍ଯ୍ୟକିରଣରେ ସମୟ ବିତାଇବା, ସଲମାନ ପରି ଚର୍ବିଯୁକ୍ତ ଖାଦ୍ୟ ଏବଂ ଫ୍ୟାଟିଫାଇଡ୍‌ ଖାଦ୍ୟ ଖାଇ ଭିଟାମିନ୍ D ଅଭାବକୁ ଦୂର କରିପାରିବେ ।

ଆଇରନ୍‌ :
ଶରୀରର କୋଷ ମଧ୍ୟରେ ଅକ୍ସିଜନ୍‌ ଦେବା ପାଇଁ ଆଇରନ୍‌ ଅନେକ ସାହାଯ୍ୟ କରିଥାଏ । ଆମ ଶରୀରରେ ଏହାର ଅଭାବ ଯୋଗୁ ଏନିମିୟା ଥପାପଣ ଭଳି ରୋଗ ହୋଇପାରେ । ଏହି ଅଭାବକୁ ଦୂର କରିବା ପାଇଁ, ରେଡ୍‌ ମିଟ୍‌, ବିନ୍ସ, ମସୁର ଡାଲି, ପାଳଙ୍ଗ ଏବଂ ଫେଟିଫାଇଡ୍‌ ଖାଦ୍ୟ ସେବନ କରିବା ଉଚିତ ।

ଭିଟାମିନ୍ C:
ଭିଟାମିନ୍‌ C ଆମ ଶରୀରକୁ ଶକ୍ତି ପ୍ରଦାନ କରିବାରେ ଅନେକ ସାହାଯ୍ୟ କରିଥାଏ । ଯଦି ଏହି ପୋଷକ ତତ୍ତ୍ୱର ଅଭାବ ଥାଏ ତେବେ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ ହେବା ସାଧାରଣ କଥା ହୋଇଥାଏ । ତେବେ ଶରୀରରେ ଏହି ଅଭାବକୁ ପୂରା କରିବା ପାଇଁ ଆପଣ ଖଟା ଫଳ, ଷ୍ଟ୍ରବେରି, କିୱି, କ୍ୟାପ୍ସିକମ୍ ଏବଂ ଶାଗ ଖାଇବା ଉଚିତ୍ ।