ପ୍ରଭୁ ଶ୍ରୀରାମଙ୍କ ପାଇଁ ଆସିଛି ଭେଟି

ଭଗବାନ ରାମଙ୍କ ପାଇଁ କେଉଁ ଦେଶରୁ ଆସିଛି କେଉଁ ଉପହାର?
ସବୁଆଡେ ଶୁଭୁଛି ଜୟ ଶ୍ରୀରାମ ଜୟ ଶ୍ରୀରାମ । ପୁରା ଅଯୋଧ୍ୟା ନଗରୀ ଉଠୁଛି ପଡୁଛି । କାହିଁକିନା ରାମଲାଲା ଆସୁଛନ୍ତି । ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ଅପେକ୍ଷାରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର । ଜାନୁୟାରୀ ୨୨ ଅପରାହ୍ନ ୧୨.୩୦ ମିନିଟରେ ହେବ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ମନ୍ଦିର ଉଦଘାଟନକୁ ନେଇ ଏବେ ଚଳଚଞ୍ଚଳ ସମଗ୍ର ଅଯୋଧ୍ୟା । ସେଥିପାଇଁ ଖୁବ୍ ଜୋରସୋରରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ । ଭବ୍ୟ ମନ୍ଦିରର ଉଦଘାଟନୀ ପାଇଁ ଦେଶ ବିଦେଶରୁ ଆସୁଛି ଭେଟି। ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରୁ ଆସୁଛି ଉପହାର ଭେଟି । ଯେଉଁଥିରେ ଭଗବାନ ରାମଙ୍କ ମାମୁଁଘର ଛତିଶଗଡ଼ରୁ ୩ହଜାର କ୍ୱିଣ୍ଟାଲ ଚାଉଳ ଆସିବ ଅନ୍ୟପଟେ ତାଙ୍କ ଶ୍ୱଶୁରଘର ନେପାଲର ଜନକପୁରରୁ ପୋଷାକ, ଫଳ, ମିଠା ତଥା ଉପହାର ଭରା ୧୧୦୦ଟି ଥାଳି ଆସିବ ବୋଲି ସୂଚନା ମିଳିଛି । ଏହାଛଡା ଭାରତର ବିଭିନ୍ନ ରାଜ୍ୟରୁ ଅନେକ ଜିନିଷ ଅଯୋଧ୍ୟାକୁ ଭେଟି ସ୍ୱରୂପ ପଠାଯିବ ।

କେଉଁ ସ୍ଥାନରୁ କେଉଁ ସାମଗ୍ରୀ ଆସିବ ?

  • ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ତାଙ୍କୁ ଏକ ବିଶେଷ ପ୍ରକାର ଭୋଗ ଲାଗି ହେବ ଯେଉଁ ଥିରେ ତାଙ୍କ ମାମୁଁଘରୁ ଆସିଥିବା ଚାଉଳ ଏବଂ ଶ୍ୱଶୁରଘରୁ ଆସିଥିବା ମିଠା ସାମିଲ ହେବ ।
    ମାମୁଁଘର ଛତିଶଗଡ଼ରୁ ଆସୁଥିବା ୩ କ୍ୱିଣ୍ଟାଲ ଚାଉଳ ଭେଟି ସବୁଠାରୁ ବଡ଼ ଉପହାର ମାନଙ୍କ ମଧ୍ୟରୁ ଅନ୍ୟତମ । ଯାହା ଛତିଶଗଡ଼ର ସମସ୍ତ ଜିଲ୍ଲାରୁ ଚାଉଳ ସଂଗ୍ରହ କରି ଅଯୋଧ୍ୟା ପଠାଯିବ ।
    ଶ୍ରୀରାମଙ୍କ ଶ୍ୱଶୁରଘର ନେପାଳର ଜନକପୁରରୁ ଆସୁଥିବା ପୋଷାକ, ଫଳ, ମିଠା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜାନୁୟାରୀ ୫ ସୁଦ୍ଧା ଅଯୋଧ୍ୟା ପହଞ୍ଚିବ । ଏଥି ସହିତ ସେଠାରୁ ୧୧୦୦ ଉପହାର ଭରା ଥାଳି ମଧ୍ୟ ଭଗବାନଙ୍କ ପାଇଁ ପଠାଯାଉଛି । ନେପାଳରୁ ଅଳଙ୍କାର, ବାସନ, ପୋଷାକ ଏବଂ ବିଭିନ୍ନ ପ୍ରକାର ମିଠା ଭାର ଆସିବ ; ଯେଉଁଥିରେ ୫୧ ପ୍ରକାର ମିଠା ସହ ଦହି, ଲହୁଣୀ ଏବଂ ଚାନ୍ଦିର ବାସନ ମଧ୍ୟ ରହିଛି ।
  • ଉତ୍ତରପ୍ରଦେଶର ଏଟା ଜିଲ୍ଲାରୁ ଭଗବାନ ରାମଙ୍କ ଉଦ୍ଦେଶ୍ୟରେ ଅଷ୍ଟଧାତୁରେ ନିର୍ମିତ ୨୧ କିଲୋର ଘଣ୍ଟି ପଠାଯିବ । କୁହାଯାଉଛି କି ଏହା ଦେଶର ସବୁଠାରୁ ବଡ଼ ଘଣ୍ଟି ହେବ । ଯାହକୁ ନିର୍ମାଣ କରିବା ପାଇଁ ୨୫ଲକ୍ଷ ଟଙ୍କା ବିନିଯୋଗ ସହ ୪୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି । ୟୁପିରୁ ଆସୁଥିବା ଏହି ଘଣ୍ଟିର ଚଉଡା ୧୫ ଫୁଟ୍ ଏବଂ ଭିତର ପଟର ଚଉଡା ୫ ଫୁଟ ଅଟେ । ଯାହର ଓଜର ପାଖାପାଖି ୨୧୦୦ କିଲୋ ହେବ । ଯାହାକୁ ନିର୍ମାଣ କରିବାକୁ ବର୍ଷେ ସମୟ ଲାଗିଛି ।
  • ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଗୁଜୁରାଟର ବଡେଦରା ସ୍ଥାନରୁ ୧୦୮ ଫୁଟ୍ ଲମ୍ବ ବିଶିଷ୍ଟ ଏକ ଅଗରବତୀ ପଠାଯିବ । ଯାହା ପଞ୍ଚଗାଈର ଗୋବର ଏବଂ ଅନ୍ୟାନ୍ୟ ହୋମ ସାମଗ୍ରୀରେ ତିଆରି କରାଯାଇଛି । ଯାହା ୩୫୦୦ କିଲୋ ଓଜନ ବିଶିଷ୍ଟ ଅଟେ । ଏହାକୁ ତିଆରି କରିବା ପାଇଁ ୫ଲକ୍ଷ ଟଙ୍କା ଲାଗିଥିବା ବେଳେ ୬ମାସ ସମୟ ଲାଗିଥିଲା ଏବଂ ଏହାକୁ ୧୧୦ ଫୁଟ ଲମ୍ବର ଏକ ରଥରେ ଅଯୋଧ୍ୟା ପଠାଯିବ ।
  • ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ଭଗବାନଙ୍କ ଚରଣ ପାଦୁକା ମଧ୍ୟ ସେହି ସ୍ଥାନରେ ରହିବ । ଯାହା ବର୍ତ୍ତମାନ ଦେଶସାରା ବୁଲାଇ ୧୯ ଜାନୁଆରୀକୁ ଅଯୋଧ୍ୟା ଅଣାଯିବ । ଏହାକୁ ହାଇଦ୍ରାବାଦର ଶ୍ରୀଚଲ୍ଲା ଶ୍ରୀନିବାସ ଶାସ୍ତ୍ରୀ ନିର୍ମାଣ କରିଛନ୍ତି ।