ଘନ ଓ ଲମ୍ବା କେଶ ପାଇଁ ଅଁଳା

କେଶ ପାଇଁ ଲାଭଦାୟୀ ଅଁଳା

ଘନ ଓ ଲମ୍ବା କେଶ କାହର ବା ପସନ୍ଦ ନୁହେଁ। ହେଲେ ବର୍ତ୍ତମାନ ସମୟରେ କେଶ ଝଡ଼ିବା ସାଧାରଣ ହୋଇଗଲାଣି। ଏପରି ପରିସ୍ଥିତିରେ, କେଶକୁ ଲମ୍ବା ଏବଂ ଘନ କରିବା ପାଇଁ ଅଁଳା ପାଣି ବ୍ୟବହାର କରିପାରିବେ। ଏଥିରେ ଭିଟାମିନ୍ ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ଥାଏ, ଯାହା କେଶକୁ ଲମ୍ବା ଓ ଘନ କରିବାରେ ସାହାଯ୍ୟ କରେ। ଏଥି ସହ କେଶ ଅଧାରୁ ଛିଣ୍ଡିବା ଓ ଶୁଷ୍କତାକୁ ଦୂର କରି ମୂଳରୁ ଦୃଢ କରିଥାଏ। ତେବେ ଅଅଁଳା ପାଣି କିପରି ପ୍ରସ୍ତୁତ କରିବେ ଏବଂ ଏହାକୁ କେଶରେ ଲଗାଇବେ, ଜାଣନ୍ତୁ…

ଲମ୍ବା କେଶ ପାଇଁ ଅଁଳା ପାଣି

ଏଥିପାଇଁ ଏକ ଚାମଚ ରିଠା ପାଉଡରକୁ ଏକ ଚାମଚ ଅଁଳା ପାଉଡରରେ ମିଶାଇ ସେଥିରେ ପ୍ରାୟ ୧୦୦ ମିଲିଲିଟର ପାଣି ମିଶାନ୍ତୁ। ବିନା ରିଠା ପାଉଡରରେ ମଧ୍ୟ ଏହି ପାଣି ପ୍ରସ୍ତୁତ କରିପାରିବେ। ଏହି ପାଣିକୁ କେଶ ମୂଳରୁ ଶେଷ ପର୍ଯ୍ୟନ୍ତ ଲଗାନ୍ତୁ ଏବଂ ୪ରୁ ୫ ମିନିଟ୍ ପର୍ଯ୍ୟନ୍ତ ହାତରେ ଘଷନ୍ତୁ। ଏହା ପରେ କେଶକୁ ଭଲ ଭାବରେ ସଫା କରିଦିଅନ୍ତୁ।

ଅଁଳା ପାଣି କିପରି ପ୍ରସ୍ତୁତ କରିବେ:-

ଅଁଳା ପାଣି ପ୍ରସ୍ତୁତ କରିବାର ଆଉ ଏକ ଉପାୟ ଅଛି। ଏଥିପାଇଁ ଅଁଳାକୁ ଛୋଟ ଛୋଟ ଖଣ୍ଡ କରି କାଟି ଏଥିରେ ପାଣି ମିଶାନ୍ତୁ। ଏହି ପାଣିକୁ କିଛି ସମୟ ଫୁଟାନ୍ତୁ। ପାଣି ଫୁଟିବା ପରେ ଏହାକୁ ଥଣ୍ଡା କରନ୍ତୁ। ଏହି ପାଣିକୁ କେଶ ଧୋଇବା ପାଇଁ ବ୍ୟବହାର କରିପାରିବେ। ଏହା କେଶକୁ ଆର୍ଦ୍ରତା ଯୋଗାଇଥାଏ ଏବଂ ଲମ୍ବା ହେବାରେ ସାହାଯ୍ୟ କରେ।

କେଶ ପାଇଁ ଅଁଳା ରସ

ଆମଲା ରସକୁ ଲେମ୍ବୁ ରସ ସହିତ ମିଶାଇ କେଶରେ ଲଗାଇ ପାରିବେ। ଏହି ମିଶ୍ରଣ ହେୟାର୍ ଟୋନିକ୍ ପରି କାମ କରେ। ଏହାକୁ ଗୋଟିଏ ଘଣ୍ଟା ମୁଣ୍ଡରେ ଲଗାଇବା ପରେ ଧୋଇଦେବେ।

ଭୃସଙ୍ଗା ପତ୍ରକୁ ମଧ୍ୟ ଅଁଳା ସହ ମିଶାଇ କେଶରେ ଲଗାଇ ପାରିବେ। ଏଥିପାଇଁ ଅଁଳାକୁ ଛୋଟ ଛୋଟ ଖଣ୍ଡରେ କାଟି ସେଥିରେ ଭୃସଙ୍ଗା ପତ୍ର ମିଶାଇ ଗ୍ରାଇଣ୍ଡିଂ କରନ୍ତୁ। ଏହି ପେଷ୍ଟକୁ କିଛି ଘଣ୍ଟା ମୁଣ୍ଡରେ ଲଗାଇବା ପରେ ଧୋଇ ଦିଅନ୍ତୁ। ସପ୍ତାହରେ ଥରେ କିମ୍ବା ଦୁଇଥର ଏହାକୁ ବ୍ୟବହାର କରିପାରିବେ।