ଗ୍ରୀଷ୍ମ ଦିନରେ ଖାଇବେ କେଉଁ ଫଳ ?

ଖରା ଦିନରେ ଖାଆନ୍ତୁ ଏହି ୭ ପ୍ରକାରର ଫଳ
ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଯାହାର ପ୍ରଭାବ ଆମ ଶରୀର ଉପରେ ମଧ୍ୟ ପଡିଥାଏ । ଖରା ଦିନରେ ଅଧିକ ପାଣି ପିଇବା ସହ ଶରୀରକୁ ହାଇଡ୍ରେଟ୍ ରଖିବା ଉଚିତ । ଦିନକୁ ୭ ରୁ ୮ ଗ୍ଲାସ୍ ପାଣି ପିଇବା ଉଚିତ । ଏହା ସହ ଖାଦ୍ୟରେ ମଧ୍ୟ କିଛି କିଛି ପରିବର୍ତ୍ତନ କରିବା ପାଇଁ ପଡିଥାଏ । ଅଧିକ ପରିମାଣର ଫଳ ଖାଇବା, କମ୍ ତେଲର ଖାଦ୍ୟ ଖାଇବା ଉଚିତ । ଯାହା ଆମକୁ ଖରା ଦିନରେ ମଧ୍ୟ ସୁସ୍ଥ ରଖିଥାଏ । ତେବେ ଚାଲନ୍ତୁ ଜାଣିବା ଗ୍ରୀଷ୍ମ ଦିନରେ କେଉଁ କେଉଁ ଫଳ ଅଧିକା ଖାଇବା ଉଚିତ୍ ।

କମଳା:
କମଳାରେ ଭିଟାମିନ୍-ସି ଅଧିକ ପରିମାଣରେ ଥାଏ, ଏହା ଆନଟି ଏଜେଗିଂ ମଧ୍ୟ ଏବଂ ଏଥିରେ ଭରପୁର ପରିମାଣରେ କ୍ୟାଲସିଏନମ୍, ଆଣ୍ଟି ଅକ୍ସିଡେଣ୍ଟ ଥାଏ ଯାହା ତ୍ୱଚା ସହ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ପ୍ରତ୍ୟେକ ଦିନ ଗୋଟିଏ କମଳା ଖାଇବା ଦ୍ୱାରା ଓଜନ ମଧ୍ୟ କମିଥାଏ ।

ଆମ୍ବ:
ଖରା ଦିନରେ ଆମ୍ବ ଅଧିକ ପରିମାଣରେ ମିଳିଥାଏ । ଆମ୍ବରେ ଭିଟାମିନ୍-ସି ରହିଥାଏ । ଯାହା ଆମ ଆଖି,ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ସେହିପରି କୋଲେଷ୍ଟ୍ରଲ୍ କମ କରିବାରେ, ହଜମ ଶକ୍ତି ବଢାଇବା ସହ କ୍ୟାନ୍ସର ପରି ସାଙ୍ଘାତିକ ରୋଗରୁ ମଧ୍ୟ ରକ୍ଷା କରିଥାଏ ।

ଅମୃତଭଣ୍ତା:
ଖରାଦିନରେ ଖାଦ୍ୟରେ ଅମୃତଭଣ୍ତା ସାମିଲ କରିବା ଅତ୍ୟନ୍ତ ଜରୁରୀ । କାରଣ ଅଥିରେ ଯଥେଷ୍ଟ ପରିମାଣରେ ଭିଟାମିନ୍-ସି, ଭିଟାମିନ୍-ଏ ରହିଥାଏ । ଯାହା ଇମ୍ୟୁନିଟି ବଢାଇବା ସହ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ । ଅମୃତ ଭଣ୍ତା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହି ଫଳରୁ ଶରୀରକୁ ଅଧିକ ପରିମାଣର ଫାଇବର ମିଳିଥାଏ ।

କଦଳୀ:
କଦଳୀରେ ଭିଟାମିନ୍-ଏ,ବି,ସି,ଏ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ଭରପୁର ପରିମାଣରେ ଥାଏ । ସେହିପରି କଦଳୀରେ ବି-6 ଏବଂ ଏମିନୋଏସିଡ ମଧ୍ୟ ଥାଏ ଯାହା ଆଣ୍ଟି ଅକ୍ସିଜେଣ୍ଟ । ଖରାଦିନରେ କଦଳୀ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ।

ତରଭୁଜ:
ତରଭୁଜରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ତରଭୁଜରେ ମିଳୁଥିବା ଭିଟାମିନ୍ ଏ ଏବଂ ବିଟା-କେରୋଟିନର ସ୍ତର ତ୍ୱଚାକୁ ସୁସ୍ଥ ରଖିଥାଏ ଏବଂ କେଶ ବଢାଇବାରେ ମଧ୍ୟ ସାହାଯ୍ୟ କରେ ।

ନଡ଼ିଆ ପାଣି:-
ଆଗାମୀ ଦିନରେ ଗରମ ଆହୁରି ବଢିବାର ସମ୍ବାବନା ରହିଛି । ଟିକିଏ ଅସାବଧନତା ହେଲେ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଏପରି ପରିସ୍ଥିତିରେ ନଡ଼ିଆ ପାଣି ବା ପଇଡ଼ ନିୟମିତ ଖାଦ୍ୟରେ ସାମିଲ କରିବା ଉଚିତ । ପିଲାମାନେ ସାଧାରଣତଃ କମ୍ ପାଣି ପିଅନ୍ତି । ନଡ଼ିଆ ପାଣି ପିଇବା ଦ୍ୱାରା ସେମାନଙ୍କ ଶରୀର ହାଇଡ୍ରେଟ୍ ରହିଥାଏ । ନଡ଼ିଆ ପାଣିରେ ଅନେକ ଜରୁରୀ ଏନଜାଇମ୍, ମିନେରାଲ୍ସ ଏବଂ ଭିଟାମିନ୍ ଥାଏ । ଏହା ଶରୀରକୁ ସୁସ୍ଥ ରଖିଥାଏ ।

କାକୁଡି :-
ଯଦି ଆପଣ ଗରମରୁ ନିଜକୁ ସୁସ୍ଥ ରଖିବା ପାଇଁ ଚାହୁଁଛନ୍ତି ତେବେ ଶରୀରକୁ ପ୍ରଥମେ ହାଇଡ୍ରେଟ୍ ରଖିବା ପାଇଁ ପଡିବ । ଖାଦ୍ୟରେ ଏପରି ପରିବା ବା ଫଳ ସାମିଲ କରନ୍ତୁ ଯାହା ଆପଣଙ୍କ ଶରୀରକୁ ଭରପୁର ଜଳ ଯୋଗାଇପାରିବ । କାକୁଡି,ତରଭୁଜ ଏକ ଉତ୍ତମ ବିକଳ୍ପ । କାକୁଡିରେ ଭିଟାମିନ୍ ଏ, ବି, କେ ଏବଂ ଫାଇବର ଅଧିକ ଥାଏ । ଖାର ଦିନରେ ଅଧିକ ପରିମାଣରେ କାକୁଡି ଖାଇବା ଦ୍ୱାରା ଦେହ ସୁସ୍ଥ ରହିଥାଏ ।

ବାହାର ତାପମାତ୍ରା ବଢିବା ଦ୍ୱାରା ମନୁଷ୍ୟ ଶରୀରର ପାଦ ତଳ ମଧ୍ୟ ଖୁବ ଗରମ ହୋଇଯାଇଥାଏ । ପାଦରୁ ହିଁ ବାହାରର ତାତି ସିଧାସଳଖ ମୁଣ୍ତକୁ ଉଠିଥାଏ । ଏହାକୁ ରୋକିବା ପାଇଁ, ନିଜ ପାଦକୁ ଏକ ବାଲ୍ଟି କିମ୍ବା ଥଣ୍ଡା ପାଣିରେ କିଛି ସମୟ ପାଇଁ ବୁଡ଼ାଇ ରଖନ୍ତୁ । ବାରମ୍ବାର ମୁହଁରେ ଥଣ୍ତା ପାଣି ଛିଞ୍ଚିବା ଦ୍ୱାରା ମଧ୍ୟ ଭଲ ଫଳ ମିଳିଥାଏ ।