ପେଟ ସମସ୍ୟା ଦୂର କରିବ ଏହି ୫ ଜିନିଷ

ପେଟ ରୋଗରୁ ମୁକ୍ତି ପାଇଁ ଖାଆନ୍ତୁ ଏହି ୫ ଜିନିଷ
ସାଧାରଣତଃ ଗ୍ରୀଷ୍ମ ଋତୁରେ ଅନେକ ଲୋକଙ୍କର ପେଟ ସମସ୍ୟା ଦେଖାଦେଇଥାଏ । ପେଟରେ ଅତ୍ୟଧିକ ଗ୍ୟାସ୍ ସୃଷ୍ଟି ହେବା ଦ୍ୱାରା ଆପଣଙ୍କୁ ନାନା ଅସୁବିଧାର ସମ୍ମୁଖିନ ହେବା ପାଇଁ ପଡିଥାଏ । ଆଜିକାଲିର ଖାଦ୍ୟ ଓ ଜୀବନଶୈଳୀ ପାଇଁ ପେଟ ସମସ୍ୟା ଅଧିକ ମାତ୍ରାରେ ବଢିବାରେ ଲାଗିଛି । ଗ୍ୟାସର ସମସ୍ୟାକୁ ଦୂର କରିବା ପାଇଁ ଆପଣ ଦିନକୁ ଅତି କମରେ ୫ ରୁ ୬ ଥର ଅଳ୍ପ ଅଳ୍ପ ଖାଦ୍ୟ ଖାଇପାରିବେ କିନ୍ତୁ ଯଦି ତଥାପି ଗ୍ୟାସ ସମସ୍ୟାରୁ ମୁକ୍ତି ମିଳୁନାହିଁ, ତେବେ ଆପଣ ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରେ ଥିବା କିଛି ଜିନିଷ ବ୍ୟବାହର କରିପାରିବେ ।
୧. ଜୁଆଣି:-
ଜୁଆଣି ଖାଇବା ଦ୍ୱାରା ପେଟ ଭଲ ରହିଥାଏ । ଜୁଆଣି ପାଣି ପିଇବା ଦ୍ୱାରା ଗ୍ୟାସ୍, ପେଟ ଯନ୍ତ୍ରଣା ଏବଂ କୋଷ୍ଠକାଠିନ୍ୟ ଦୂର ହୋଇଥାଏ । ଜୁଆଣି ପିନେନେ, ଲିମୋନିନ୍ ପରି ଜୁଆଣି ଆପଣଙ୍କୁ ଗ୍ୟାସରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ । ଏପରିକି ଜୁଆଣି ସେବନ କରିବା ଦ୍ୱାରା ଆପଣଙ୍କ ଓଜନ କମିଥାଏ ।
୨.ପାନମଧୁରୀ:-
ଖାଦ୍ୟ ଖାଇବା ପରେ ସକାଳ ସଂଧ୍ୟାରେ ପାନମଧୁରୀ ଖାଇବା ଦ୍ୱାରା ଚମକ ଆସିଥାଏ । ନିୟମିତ ପାନମଧୁରୀ ଖାଇଲେ ପେଟଜନିତ ସମସ୍ୟା ଯେପରିକି ଗ୍ୟାସ୍, ଏସିଡିଟି, ବଦହଜମି ଦୂର ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ଏକ ଚାମଚ ପାନ ମଧୁରୀ ସହ ଗରମ ପାଣି ପିଇ ଶୋଇଲେ ପେଟ ସମସ୍ୟା ଦୂର ହୋଇଥାଏ ।
୩. ଜିରା:-
ପେଟର ଗ୍ୟାସ ସମସ୍ୟାକୁ ଦୂରେଇବା ପାଇଁ ଆପଣ ଜିରା ପାଉଡରର ସେବନ କରିପାରିବେ । ଗ୍ୟାସ୍ ହେବା ସମୟରେ ଅଧା ଚାମଚ ଜିରା ପାଉଡର ପାଣିରେ ମିଶାଇ ଖାଆନ୍ତୁ । ଏପରି କରିବା ଦ୍ୱାରା ତୁରନ୍ତ ଗ୍ୟାସ ସମସ୍ୟା ଦୂର ହୋଇଯାଏ ।
୪. ଅଦା:-
ଅଦା ମଧ୍ୟ ଗ୍ୟାସ୍ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଗରମ ପାଣିରେ କିଛି ସମୟ ଏକ ଛୋଟ ଖଣ୍ତ ଅଦା ଫୁଟାଇ ଏହି ପାଣିକୁ ପିଇବା ଦ୍ୱାରା ମଧ୍ୟ ପେଟ ଯନ୍ତ୍ରଣା କମିଯାଇଥାଏ ।
୫. ପୋଦିନା:-
ପତ୍ର ପୋଦିନା ପତ୍ର ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ । ଏହା ସହ ହଜମ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।