ଖରାଦିନେ ପଇଡ଼ ପାଣିର ଫାଇଦା

ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ପଇଡ଼ ପାଣି

ଚଳିତବର୍ଷ ଖରାର ପ୍ରକୋପ ସମୟ ପୂର୍ବରୁ ଅନୁଭୂତ ହେଲାଣି । ତେବେ ଖରା ଦିନେ ଅଧିକ ଗରମ ହେତୁ ଶରୀରରୁ ଜଳୀୟ ଅଂଶ କମିଯାଏ । ଯାହାଦ୍ୱାରା ହାଲିଆ ଲାଗେ । ଜଳୀୟ ଅଂଶ କମିବା ଦ୍ୱାରା ଆମେ ଶୀଘ୍ର ଥକି ଯାଉ । ତେବେ ଏହି ସମୟରେ ନଡ଼ିଆ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଏହା ଶରୀରକୁ ଇଲେକ୍ଟ୍ରୋଲାଇଟ୍ ଏବଂ ହାଇଡ୍ରେଟ୍ କରିବାରେ ଅନେକ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ନଡିଆ ପାଣି ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ଏବଂ ଲିଭର କାର୍ଯ୍ୟକୁ ମଧ୍ୟ ଭଲ କରିଥାଏ । ନଡ଼ିଆ ପାଣି ଏକ ସୁସ୍ଥ ଖାଦ୍ୟର ଏକ ଅଂଶ । ଏହା କ୍ୟାଲୋରୀରେ ବହୁତ କମ୍, ତେଣୁ ଏହା ମେଦବହୁଳତା ଏବଂ କୋଲେଷ୍ଟ୍ରଲ ସ୍ତରକୁ ବୃଦ୍ଧି କରେ ନାହିଁ । ଗରମ ପାଗରେ ଏହାର ଅଧିକ ଲାଭ ଅଛି । କାରଣ ଏହା ଆପଣଙ୍କୁ ଡିହାଇଡ୍ରେସନରୁ ରକ୍ଷା କରିଥାଏ । ଶରୀରରୁ ଝାଳ ବୋହିବା ଦ୍ବାରା ଶରୀରରୁ ଜଳ ଶୋଷିତ ହୋଇଥାଏ| ଏପରି ପରିସ୍ଥିତିରେ, ଯଦି ଆପଣ ନଡ଼ିଆ ପାଣି ପିଅନ୍ତି, ତେବେ ଆପଣଙ୍କ ଶରୀରରେ ଜଳର ଅଭାବ ରହିବ ନାହିଁ । ଶରୀର ହାଇଡ୍ରେଟେଡ୍ ରହିଥାଏ । ଏହା ବ୍ୟତୀତ ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ବ୍ୟତୀତ ଏହା ବ୍ଲାଡକୁ ସଫା କରିବାରେ ମଧ୍ୟ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ନଡ଼ିଆ ପାଣିର କଣ ରହିଛି ଉପକାରିତା ।

ନଡ଼ିଆ ପାଣିରେ ପୋଟାସିୟମ ଭରପୂର ରହିଥାଏ :
ଅଧିକାଂଶ ଲୋକ ସେମାନଙ୍କ ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣର ପୋଟାସିୟମ୍ ଗ୍ରହଣ କରନ୍ତି ନାହିଁ । ଏହି ମିନେରାଲ୍ ଆପଣଙ୍କ ପରିସ୍ରା ମାଧ୍ୟମରେ ଆପଣଙ୍କ ଶରୀରରୁ ଅଧିକ ସୋଡିୟମ୍ ବାହାର କରିବାରେ ସାହାଯ୍ୟ କରେ । ଯେତେବେଳେ ଆପଣ ନଡ଼ିଆ ପାଣି ପିଅନ୍ତି, ଏହା ଶରୀରରେ ଜଳୀୟ ଅଂଶ ବଢ଼ାଇଥାଏ । ହାଇ ବିପିକୁ କମ୍‌ କରିବାରେ ସାହାଯ୍ୟ କରିଥାଏ ।

ନଡିଆ ପାଣି ସୋଡିୟମ୍ ନିୟନ୍ତ୍ରଣ କରିବାରେ ସାହାଯ୍ୟକାରୀ :
ହାଇ ବିପି ସମସ୍ୟା ମଧ୍ୟ ସୋଡିୟମ୍ ବୃଦ୍ଧି ହେବା ସହିତ ଜଡିତ ରହିଥାଏ । ତେବେ ଯେତେବେଳେ ଶରୀରରେ ସୋଡିୟମ୍ ବୃଦ୍ଧି ହୁଏ, ଏହା ହାର୍ଟ ଉପରେ ପ୍ରେସର ପକାଇଥାଏ ଏବଂ ବିପି ଅଧିକ ହୋଇଯାଏ । ଏପରି ପରିସ୍ଥିତିରେ ଯେତେବେଳେ ଆପଣ ନଡିଆ ପାଣି ପିଅନ୍ତି, ଏହା ଶରୀରରୁ ସୋଡିୟମ୍ ବାହାର କରିବାରେ ସାହାଯ୍ୟ କରିଥାଏ । ଏହିପରି ଆପଣ ନଡ଼ିଆ ପାଣି ପିଇ ଶରୀରରେ ସୋଡିୟମ୍ ସ୍ତର ପରିଚାଳନାରେ ସାହାଯ୍ୟ କରିପାରିବେ ।

ଧମନୀକୁ ସଫା କରେ :
ଧମନୀ ସଫା କରିବାରେ ନଡ଼ିଆ ପାଣି ପ୍ରଭାବଶାଳୀ ଭାବରେ କାମ କରିପାରେ । ଏହା ପ୍ରକୃତରେ କୋଲେଷ୍ଟ୍ରଲ ଫ୍ରି ଏବଂ ଅଧିକ ଫ୍ୟାଟ୍‌ ଫ୍ରି ଯାହା ଧମନୀକୁ ସୁସ୍ଥ ରଖିବାରେ ଅନେକ ସାହାର୍ଯ୍ୟ କରେ । ଏହା ଆପଣଙ୍କ ରକ୍ତରେ କୋଲେଷ୍ଟ୍ରଲ ବୃଦ୍ଧି ହେବାକୁ ଦିଏ ନାହିଁ । ଯଦି ଏହା ବୃଦ୍ଧି ହୋଇଥାଏ, ତେବେ ଏହାକୁ କମ୍‌ କରିବାରେ ଅନେକ ସାହାର୍ଯ୍ୟ କରିପାରେ । ତେଣୁ ଯଦି ଆପଣ ହାଇ ବିପି ସମସ୍ୟାରୁ ଦୂରରେ ରହିବାକୁ ଚାହାଁନ୍ତି ତେବେ ହାଇ ବିପି ସମସ୍ୟାରେ ନଡିଆ ପାଣି ପିଅନ୍ତୁ ।

କେତେବେଳେ ଏବଂ କେତେ ନଡିଆ ପାଣି ପିଇବା ଉଚିତ :
ଯଦି ଆପଣ ହାଇ ବିପି ରୋଗୀ ତେବେ ପ୍ରତିଦିନ କେବଳ ୧ ଗ୍ଲାସ୍ ନଡିଆ ପାଣି ପିଅନ୍ତୁ । ଆପଣ ସପ୍ତାହରେ ମାତ୍ର ତିନି ଦିନ ନଡ଼ିଆ ପାଣି ପିଇପାରିବେ । ଏହାଠାରୁ ଅଧିକ ପିଅନ୍ତୁ ନାହିଁ । ଆପଣ ଏହାକୁ ସକାଳେ ଖାଲି ପେଟରେ ପିଇପାରିବେ । କିନ୍ତୁ ଯଦି ଆପଣ ହାଇ ବିପି ପାଇଁ ଔଷଧ ଖାଉଛନ୍ତି, ତେବେ ଆପଣ ନଡିଆ ପାଣି ପିଇପାରିବେ । କିନ୍ତୁ ଆପଣ ଏ ନେଇ ଡକ୍ତରଙ୍କ ପରାର୍ମଶ ନେବା ଉଚିତ ।

ଅନେକ ଗବେଷଣା ଅଧ୍ୟୟନରୁ ଜଣାଯାଇଛି ଯେ ଜଣେ ବ୍ୟକ୍ତି ନିୟମିତ ଭାବେ ନଡ଼ିଆ ପାଣି ପିଇଲେ ଇଲେକ୍ଟ୍ରୋଲାଇଟ୍ ଅସନ୍ତୁଳନ ହେବାର ଆଶଙ୍କା କମ୍ ଥାଏ । ଇଲେକ୍ଟ୍ରୋଲାଇଟ୍ ହେଉଛି ଖଣିଜ ପଦାର୍ଥ ଯାହା ଆମ ଶରୀରକୁ ଶକ୍ତି ସଂରକ୍ଷଣ କରିବାରେ ସାହାଯ୍ୟ କରେ । ନଡ଼ିଆ ଜଳର ଗ୍ଲାଇସେମିକ୍ ଇଣ୍ଡେକ୍ସ 55 ରୁ କମ୍ ତେଣୁ ଏହା ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ ନୁହେଁ । ପ୍ରତିଦିନ କେତେ ପାଣି ପିଇବା ଉଚିତ୍ ସେ ବିଷୟରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନଡ଼ିଆ ପାଣି ନିଅନ୍ତୁ ।