ବଦଳିଛି ଋତୁ । ଏଥିସହ ବଦଳିଛି ପାଣିପାଗ । ତେଣୁ ସ୍ବାସ୍ଥ୍ୟରେ ବି ଦେଖାଦେଇଛି ପରିବର୍ତ୍ତନ । ଲୋକଙ୍କ ମଧ୍ୟରେ ଧାରା ଶ୍ରାବଣ ଯୋଗୁଁ ଅଧିକ ବ୍ୟାପୁଛି ଥଣ୍ଡା ଓ ଜର । ଜେଜେ ମାଆ, ଆଇ ଓ ବୟସ୍କମାନେ କହନ୍ତୁ ଋତୁ ବଦଳିଲେ ଥଣ୍ଡା ଜର ହୁଏ । ତେବେ ଏଥିପାଇଁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଏଥିରୁ ସୁସ୍ଥ ହେବା ପାଇଁ ଆମ ପାଖରେ ରହିଛି ଅନେକ ଉପଚାର ପ୍ରଣାଳୀ । ଭାଇରାଲ ହେଉ ବା ସିଜିନାଲ ଥଣ୍ଡା, ଜ୍ୱରରୁ ଶୀଘ୍ର ମୁକ୍ତି ପାଇବା ପାଇଁ କ’ଣ କରିବାକୁ ପଡିବ ।
ଆସନ୍ତୁ ଜାଣିବା । ଥଣ୍ଡା ଓ ଜର……..
୧. ରୋଗୀଙ୍କୁ ଉପଯୁକ୍ତ ବିଶ୍ରାମ ଦରକାର
ଏହାଦ୍ୱାରା ଆମ ଶରୀରର ପ୍ରାକୃତିକ ଭାବେ ସୁସ୍ଥ ଏବଂ ପୁନରୁଦ୍ଧାର ହୋଇଥାଏ।
ଅସୁସ୍ଥତା ସମୟରେ ବିଶ୍ରମ ନେବା ଦ୍ୱାରା ଶରୀର ସର୍ବନିମ୍ନ ଶକ୍ତି ବ୍ୟବହାର କରିଥାଏ ।
୨.ଆବଶ୍ୟକତା ଅନୁସାରେ ପାଣି ପିଇବା
ପ୍ରତିଦିନକୁ ୬ରୁ ୭ ଲିଟର ପାଣି ପିଇବା ଦ୍ୱାରା ଶରୀର ଏବଂ ମାଂଶପେଶୀ ଯନ୍ତ୍ରଣା ହୋଇନଥାଏ।
୩.ଉଷୁମ ପାଣିରେ ଗାଧୋଇବା
ଏହା ଦ୍ୱାରା ଶରୀରର ମାନସିକ ଓ ଶାରୀରିକ ଚାପ କମିଯାଇଥାଏ । ରକ୍ତ ସଂଚାଳନ ବଢାଇବା ସହ ଆପଣଙ୍କୁ ଅଧିକ ଆରାମଦାୟକ ଏବଂ ସତେଜ ଅନୁଭବ କରାଇଥାଏ ।
୪.ବାଷ୍ପ ନିଶ୍ୱାସ, ଗାର୍ଗଲିଂ କରିବା
ଉଷୁମ ପାଣି ନିଶ୍ୱାସ ନେଲେ ଶରୀରର ଛାତିଜନିତ ସମସ୍ୟା ଦୂର ହୋଇଥାଏ
ଉଷୁମ ପାଣିରେ ଗାର୍ଗଲିଂ କରିବା ଦ୍ୱାରା ଗଳା ଦରଜ କମ୍ ହୋଇଥାଏ ।
୫.ସଫା, ସୁତରା ରହିବା
ଏହାଦ୍ୱାରା ଅନ୍ୟ କୌଣସି ଭୂତାଣୁ ଆପଣଙ୍କୁ ସ୍ରଂକମିତ କରିନଥାଏ।
୬. ନିୟମିତ ତୁଳସୀ ପତ୍ର ସେବନ କରିବା
ପ୍ରତ୍ୟେହ ସକାଳେ ୮ରୁ ୧୦ଟି ତୁଳସୀ ପତ୍ର ସେବନ କରିବା ଦ୍ବାରା ଆପଣ ଥଣ୍ଡା ଓ ଜର ଭଳି ସମସ୍ୟା ଠାରୁ ଦୂରେଇ ରହିପାରିବେ
୭. ହର୍ବାଲ ଚା’ ପିଅନ୍ତୁ
ଅଦା, ଲେମ୍ବୁ, ମହୁ, ତୁଳସୀ ପତ୍ର, ଗୋଲମରିଚ ମୁଣ୍ଡ, ଲବଙ୍ଗ ଓ ତେଜପତ୍ରକୁ ପାଣିରେ ଫୁଟାଇ ଚା’ ପ୍ରସ୍ତୁତ କରନ୍ତୁ । ଏହାକୁ ପିଇବା ଦ୍ବାରା ଆପଣଙ୍କ ଥଣ୍ଡା କମିବା ସହ ଦେହକୁ ଆରମ ଲାଗିଥାଏ ।