ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଅଧିକ ଲାଲ୍ ଲଙ୍କା

ଅତ୍ୟଧିକ ଲାଲ୍ ଲଙ୍କା ଆଣିପାରେ ରୋଗ

କିଛି ଲୋକଙ୍କୁ ରାଗ ଖାଇବା ଖୁବ୍ ଭଲ ଲାଗେ । ଏହି ପସନ୍ଦ ପୂରଣ ପାଇଁ ସେମାନେ ଖାଦ୍ୟପଦାର୍ଥରେ ଆବଶ୍ୟକଠାରୁ ଅଧିକ ଲଙ୍କା ଗୁଣ୍ଡର ବ୍ୟବହାର କରିଥାନ୍ତି । ଏହାର ପରିଣତି ଖୁବ୍ ବିପଦଜନକ ହୋଇପାରେ । କିନ୍ତୁ ଆପଣ ଜାଣନ୍ତି କି ଏହି ଲାଲ୍ ଲଙ୍କା ଶରୀର ପାଇଁ କେତେକ କ୍ଷତିକାରକ ? ତେଣୁ ସମୟ ପୂର୍ବରୁ ଲାଲ୍ ଲଙ୍କା ଖାଇବାରେ ନିୟନ୍ତ୍ରଣ ଆଣିବା ଜରୁରି । ଖାଦ୍ୟ ସମସ୍ତଙ୍କର ପସନ୍ଦ । ଲୋକମାନେ ସ୍ୱାଦାନୁସାରେ ଖାଦ୍ୟ ପସନ୍ଦ କରିଥାନ୍ତି । ବିଶେଷକରି ସୌଖୀନ୍ ଲୋକମାନେ ନିଜ ପସନ୍ଦ ମୁତାବିକ୍ ଖାଦ୍ୟ ଚୟନ କରିଥାନ୍ତି । ସ୍ୱାଦିଷ୍ଟ ଖାଇବାରେ ଅଭ୍ୟସ୍ତ ଥିବା ଲୋକମାନେ ବେଳେ ବେଳେ ଆବଶ୍ୟକଠାରୁ ଅଧିକ ରାଗ ଖାଇଦେଇଥାନ୍ତି । ଖାଦ୍ୟକୁ ରାଗ କରିବା ପାଇଁ ସାଧାରଣତଃ ଆମେ ଲାଲ୍ଲଙ୍କାର ବ୍ୟବହାର କରିଥାଉ । କିନ୍ତୁ ଜାଣନ୍ତି କି ଏହା ଶରୀର ପାଇଁ କେତେ କ୍ଷତିକାରକ? ଯଦି ଆପଣ ଅଧିକ ଲାଲ୍ ଲଙ୍କା ଖାଉଥାନ୍ତି, ତେବେ ଜାଣନ୍ତୁ ଏହାର ପରିଣାମ ।
ଆଜ୍ମା :
ଆଜ୍ମା ରୋଗୀଙ୍କ ପାଇଁ ଲାଲ୍ ଲଙ୍କା ଖୁବ୍ ହାନିକାରକ । ତେଣୁ ଯଦି ଆପଣ ନିୟମିତ ଅଧିକ ଲାଲ୍ ଲଙ୍କା ଖାଉଥାନ୍ତି, ତେବେ ଆଜ୍ମା ସମସ୍ୟା ବଢିଯାଇପାରେ । ଏପରିକି ଆଜ୍ମା ଆଟାକ୍ ର ଆଶଙ୍କା ବହୁ ମାତ୍ରାରେ ବଢିପାରେ ।
ଡାଇରିଆ :
ଆପଣ ଆବଶ୍ୟକଠାରୁ ଅଧିକ ଲାଲ୍ଲଙ୍କା ଖାଉଥାନ୍ତି ତେବେ ପାଚନ ତନ୍ତ୍ରରେ ସମସ୍ୟା ଆସିପାରେ, ଯାହା ଫଳରେ ପୋଷକ ତତ୍ତ୍ୱର ଅଭାବ ହୋଇଥାଏ ।ବାରମ୍ବାର ଲାଲ୍ ଲଙ୍କା ଖାଇବା ଦ୍ୱାରା ବାନ୍ତି ହେବାର ଆଶଙ୍କା ବଢିଥାଏ ।

ପେଟରେ ଅଲ୍ସର :
ମାତ୍ରାଧିକ ଲାଲ୍ ଲଙ୍କା ଖାଇବା ଦ୍ୱାରା ପେଟ ଓ ଲିଭର୍ ରେ କର୍କଟର କାରଣ ସାଜିପାରେ । ତେଣୁ ଅଧିକ ମାତ୍ରାର ଲାଲ୍ ଲଙ୍କା ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ଓ କବ୍ଚର ସମସ୍ୟା ଆସିପାରେ ।
ଗର୍ଭାବସ୍ଥାରେ ହାନିକାରକ :
ଯଦି ଆପଣ ଗର୍ଭବତୀ । ତେବେ ଲାଲ୍ ଲଙ୍କା ସେବନ ଠାରୁ ଦୂରେଇ ରହିବା ଜରୁରି । ଏହି ସମୟରେ ଅଧିକ ଲାଲ୍ ଲଙ୍କା ଖାଇବା ଦ୍ୱାରା ସମୟ ପୂର୍ବରୁ ସନ୍ତାନ ଜନ୍ମ ହେବାର ଆଶଙ୍କା ରହିଥାଏ । ଏହାବ୍ୟତୀତ ସନ୍ତାନଠାରେ ଶ୍ୱାସଜନିତ ସମସ୍ୟା ବଢିବାର ଆଶଙ୍କା ଉପୁଜିଥାଏ । ଏସବୁ ସମସ୍ୟାକୁ ଏଡାଇବା ପାଇଁ ଗର୍ଭାବସ୍ଥାରେ ଲାଲ୍ ଲଙ୍କାଠାରୁ ଦୂରେଇ ରହିବା ଭଲ ।