ଘରୋଇ ଉପାୟରେ ପାଆନ୍ତୁ ଏସିଡିଟିରୁ ମୁକ୍ତି

ଗ୍ୟାସ ହେଉଛି କି, ଜାଣନ୍ତୁ ଘରୋଇ ଉପଚାର

ବର୍ତ୍ତମାନ ସମୟରେ ଏସିଡିଟି ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ମନୁଷ୍ୟ ଶରୀରରେ ସେତେବେଳେ ଏସିଡିଟି ସୃଷ୍ଟି ହୁଏ ଯେତେବେଳେ କମ୍ ପରିମାଣରେ ଏସିଡି କ୍ରିଏଟ୍ ହୁଏ । ଏସିଡର କାମ ହେଉଛି ଖାଦ୍ୟ ହଜମ କରିବା ତେବେ ଯଦି କମ୍ ଏସିଡ୍ ଉତ୍ପନ୍ନ ହୁଏ ତେବେ ପେଟରେ ଖାଦ୍ୟ ସଠିକ୍ ଭାବରେ ହଜମ ହୋଇନଥାଏ । ଏସିଡିଟି ଏକ ସାଧାରଣ ସମସ୍ୟା ହେଲେ ଏହା ଆମକୁ ଅଧିକ ଅସୁବିଧାରେ ପକାଇଥାଏ । ହଠାତ୍ ପେଟରେ ଜଳପୋଡା, ଯନ୍ତ୍ରଣା ଏବଂ ବାନ୍ତି ହୋଇଥାଏ ଏବଂ ଖାଦ୍ୟ ହଜମ ହୋଇନଥାଏ । ତେବେ ଚାଲନ୍ତୁ ଜାଣିବା ଘୋରୋଇ ଉପାୟରେ କିପରି ତୁରନ୍ତ ଏସିଡିରୁ ଆରମ ମିଳିବ ।

ଥଣ୍ଡା କ୍ଷୀର:
ଏସିଡିରୁ ମୁକ୍ତି ପାଇବା ପାଇଁ ହେଲେ ଅତି ସହଜ ଏବଂ ପ୍ରଭାବଶାଳୀ ଉପାୟ ହେଉଛି ଥଣ୍ଡା କ୍ଷୀର । ଯଦି ଆପଣଙ୍କୁ କ୍ଷୀର ପିଇବା ପସନ୍ଦ ତେବେ ଥଣ୍ଡା କ୍ଷୀର ପିଇବା ଦ୍ୱାରା ଏସିଡିଟିରୁ ତୁରନ୍ତ ମୁକ୍ତି ମିଳିଥାଏ । କ୍ଷୀରରେ କ୍ୟାଲସିୟମ ଥାଏ ଯାହା ପେଟରେ ଅତ୍ୟଧିକ ଏସିଡଟି ଉତ୍ପାଦନକୁ ରୋକିଥାଏ ଏବଂ ପେଟ ଯନ୍ତ୍ରଣାକୁ କମ କରିଥାଏ । ଥଣ୍ଡା କ୍ଷୀର ପିଇବା ଦ୍ୱାରା ଏସିଡିଟି ପ୍ରଭାବ କମ୍ ହୋଇଥାଏ ।

ଜୁଆଣି:
ଜୁଆଣି ବା ଅଜୱାଇନ୍ ପାଣି ଆପଣଙ୍କ ପେଟକୁ ସଫା କରିବାରେ ସାହାଯ୍ୟ କରିଥାଏ । ସେହିପରି ଆପଣଙ୍କ ମେଟାବୋଲିଜିମ୍ ହ୍ରାସ କରିବା ସହ ଅନେକ ପ୍ରକାରର ପେଟ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହା ପେଟରେ ଏସିଡିଟିର ପ୍ରଭାବକୁ ହ୍ରାସ କରିଥାଏ ଏବଂ ପେଟକୁ ସଫା ରଖିଥାଏ । ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ପ୍ରତ୍ୟେକ ଦିନ ଜୁଆଣି ଖାଇବା ଦ୍ୱାରା ଏସିଡିଟି ନିୟନ୍ତ୍ରଣରେ ରହିଥାଏ ।

ତୁଳସୀ ପତ୍ର :
ତୁଳସୀର ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଅଛି ଯାହା ଏସିଡିଟିକୁ କମ୍ କରିବାରେ ସାହାଯ୍ୟ କରିଥାଏ । ଏହା ପେଟରେ ଏସିଡ୍ ର ପ୍ରଭାବକୁ ହ୍ରାସ କରିଥାଏ । କିଛି ତୁଳସୀ ପତ୍ରକୁ ଗ୍ରାଇଣ୍ଡ୍ କରି ପାଣିରେ ମିଶାଇ ପିଇବା ଦ୍ୱାରା ଏହା ଏସିଡିଟି ସମସ୍ୟାରୁ ତୁରନ୍ତ ଆରାମ ମିଳିଥାଏ । ଏହାର ନିୟମିତ ବ୍ୟବହାର କରିବା ଦ୍ୱାରା ଏସିଡିଟି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

ଏସିଡିଟିରୁ ରକ୍ଷା ପାଇବା ପାଇଁ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ ଜାଣନ୍ତୁ..

  • ଜଙ୍କ୍‌‌ ଫୁଡ୍‌‌, ଅଧିକ ମସଲା ଜାତୀୟ ଜିନିଷ ଆଦି ଆଦୌ ଖାଆନ୍ତୁ ନାହିଁ।
  • ଏସିଡିଟି ସମୟରେ ଖଟା ଫଳ କମଳା, ଲେମ୍ବୁ, ଜାମୁକୋଳି, ଟମାଟୋ ଆଦିକୁ ଖାଆନ୍ତୁ ନାହିଁ।
  • ଏସିଡିଟି ସମୟରେ ମାଟିଆ ଚାଉଳରେ ପ୍ରସ୍ତୁତ ଭାତ, ପାଉଁରୁଟି, ପାସ୍ତା ଆଦି ଖାଇବା ଉଚିତ ନୁହେଁ।
  • ଏସିଡିଟି ସମୟରେ ପିଆଜ, ରସୁଣ, ଅଦା ଆଦିକୁ ଅଧିକ ପରିମାଣରେ ଖାଆନ୍ତୁ ନାହିଁ।
  • ଟମାଟୋ ଓ ଲଙ୍କା ଚଟଣି ମଧ୍ୟ ଏସିଡିଟି ସମୟରେ ଖାଆନ୍ତୁ ନାହିଁ।
  • ଏସିଡିଟି ସମୟରେ ପନୀର, ଘିଅ ଆଦି ଖାଆନ୍ତୁ ନାହିଁ।
  • ଏସିଡିଟି ସମୟରେ ମଟନ ତରକାରୀ ଆଦୌ ଖାଆନ୍ତୁ ନାହିଁ।
  • ଏସିଡିଟି ସମୟରେ ଲାଲ ଲଙ୍କା ଆଦୌ ଖାଆନ୍ତୁ ନାହିଁ।