ଜାଣନ୍ତୁ ବ୍ରେନ୍ ଟ୍ୟୁମର ରୋଗର କାରଣ ଓ ଲକ୍ଷଣ
ବ୍ରେନ ଟ୍ୟୁମର । ଏହି ରୋଗ ହେଲେ କର୍କଟ ହେବାର ଆଶଙ୍କା ଥାଏ। ଅଧିକାଂଶ ସମୟରେ ଟ୍ୟୁମରରୁ କର୍କଟ ହେବାର ଦେଖାଯାଏ। କିନ୍ତୁ ସମସ୍ତ ମସ୍ତିଷ୍କ ଟ୍ୟୁମର କର୍କଟ ନୁହେଁ। ବ୍ରେନ ଟ୍ୟୁମରରୁ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖା ଯାଇପାରେ। ଯେପରିକି କହିବା ଓ ଶୁଣିବାରେ ଅସୁବିଧା ଏବଂ ପକ୍ଷାଘାତ ଇତ୍ୟାଦି। ତେବେ ବ୍ରେନ ଟ୍ୟୁମର କାହିଁକି ହୁଏ ଏବଂ ଏହାର ଲକ୍ଷଣ କ’ଣ? ଏବଂ କଣ କଲେ ବ୍ରେନ ଟ୍ୟୁମରରୁ ରକ୍ଷା ପାଇପାରିବେ ଜାଣିବା ।
ବ୍ରେନ ଟ୍ୟୁମର ଲକ୍ଷଣ:-
କିଛି ଲୋକଙ୍କର କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ଦେଖାଯାଏ ନାହିଁ। କିନ୍ତୁ କେତେକ ଲକ୍ଷଣ ରହିଛି, ଯାହାକୁ ଆମେ ସାଧାରଣ ସମସ୍ୟା ଭାବି ଅଣଦେଖା କରନ୍ତି।
- ମୁଣ୍ଡ ବୁଲାଇବା, ଥକ୍କା, ବାନ୍ତି ହେବା, ବାନ୍ତି ଲାଗିବା
- ଶୁଣିବା ଏବଂ କଥା କହିବାରେ ସମସ୍ୟା
- ହାତ ଏବଂ ପାଦର ଅସ୍ଥିରତା, ଅସ୍ପଷ୍ଟ ଦୃଷ୍ଟିଶକ୍ତି
ଏହି ସବୁ ବ୍ରେନ ଟ୍ୟୁମର ରୋଗର ଲକ୍ଷଣ ହୋଇପାରେ। ଯଦି ଏହି ସମସ୍ୟା ନିୟମିତ ଭାବେ ଦେଖା ଦେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତି। ଏବଂ ଉପଯୁକ୍ତ ଚିକିତ୍ସା କରାନ୍ତୁ ।
କାହିଁକି ହୁଏ ବ୍ରେନ ଟ୍ୟୁମର। ଏହାର କାରଣ କଣ । କଣ କଲେ ବ୍ରେନ ଟ୍ୟୁମର ହେବାର ଅଧିକ ସମ୍ଭାବନା ଥାଏ:-
- ଅଧିକ ମୋବାଇଲ ବ୍ୟବହାର
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ମୋବାଇଲ୍ ଫୋନ୍ ବ୍ୟବହାର ସହ ମସ୍ତିଷ୍କ ଟ୍ୟୁମରର ଲିଙ୍କ୍ ରହିଛି। ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ, ମୋବାଇଲ୍ ଫୋନ୍ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ରେଡିଏସନ ନିର୍ଗତ କରେ, ଯାହା ମଣିଷ ପାଇଁ କର୍ସିନୋଜେନିକ୍ ହୋଇଥାଏ, ଅର୍ଥାତ୍ ଏହା କର୍କଟ ରୋଗ ସୃଷ୍ଟି କରିଥାଏ। ଏଥିପାଇଁ ବିଶେଷଜ୍ଞମାନେ ହେଡଫୋନ୍ କିମ୍ବା ସ୍ପିକରରେ କଥା ହେବାକୁ ପରାମର୍ଶ ଦିଅନ୍ତି ଏବଂ ଯଥା ସମ୍ଭବ ମୋବାଇଲ ଫୋନରୁ ଦୂରେଇ ରହିବାକୁ କୁହନ୍ତି। - ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସିବା
ଶିଳ୍ପ କ୍ଷେତ୍ରରେ ବ୍ୟବହାର ହେଉଥିବା ବିଭିନ୍ନ ରସାୟନ ବା ଯୌଗିକ ପଦାର୍ଥ ସଂସ୍ପର୍ଶରେ ଆସିବା ଫଳରେ ବ୍ରେନ୍ ଟ୍ୟୁମର ହେବାର ଆଶଙ୍କା ଥାଏ। - ଅଧିକ ପ୍ରୋଟିନ ବା ଚର୍ବିଯୁକ୍ତ ଖାଦ୍ୟ ସେବନ
ଅଧିକ ପରିମାଣର ଚର୍ବିଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମସ୍ତିଷ୍କ ଟ୍ୟୁମର ହେବାର ଆଶଙ୍କା ବଢିପାରେ। ଅନେକ ଅଧ୍ୟୟନ ଅନୁଯାୟୀ, ଖରାପ ଖାଦ୍ୟ ବ୍ୟତୀତ, ଧୂମପାନ କିମ୍ବା ବ୍ୟାୟାମ ନକରିବା ଫଳରେ ବ୍ରେନ୍ ଟ୍ୟୁମର ହୋଇପାରେ। - ହରମନ୍ ଅସନ୍ତୁଳନ
ମସ୍ତିଷ୍କ ଟ୍ୟୁମରର ବିକାଶରେ ହରମନ ଅସନ୍ତୁଳନ ମଧ୍ୟ ଏକ ପ୍ରମୁଖ କାରଣ ହୋଇପାରେ। ଦୀର୍ଘ ଦିନ ଧରି ହରମନ୍ ରିପ୍ଲେସମେଣ୍ଟ ଥେରାପି ନେଉଥିବା ମହିଳାମାନଙ୍କ କ୍ଷେତ୍ରରେ ଏହି ବିପଦ ଅଧିକ।
ବ୍ରେନ ଟ୍ୟୁମର କେତେ ପ୍ରକାର କଣ କଣ ?
ବ୍ରେନ ଟ୍ୟୁମର ଦୁଇ ପ୍ରକାରର: –
1- କ୍ୟାନସର ବ୍ରେନ ଟ୍ୟୁମର:- ଟ୍ୟୁମରରୁ ହିଁ ବ୍ରେନ କ୍ୟାନସର ହୋଇଥାଏ। ଏହି ଟ୍ୟୁମର ମସ୍ତିଷ୍କରୁ ଆରମ୍ଭ ହୋଇ ଧୀରେ ଧୀରେ ଶରୀରର ଅନ୍ୟ ଅଙ୍ଗକୁ ବ୍ୟାପିଥାଏ । ଚିକିତ୍ସା ପରେ ମଧ୍ୟ ଏହା କମିବାର ସମ୍ଭାବନା ବହୁତ କମ ଥାଏ ।
- ଅଣ-କର୍କଟ ବ୍ରେନ ଟ୍ୟୁମର୍ – ଏହି ପ୍ରକାରର ଟ୍ୟୁମର୍ ଧୀରେ ଧୀରେ ବିକଶିତ ହୁଏ। ଥରେଏହି ଟ୍ୟୁମର ଚିକିତ୍ସା ହୋଇଗଲେ ଏହାର ପୁନରାବୃତ୍ତି ହେବାର ସମ୍ଭାବନା କମ୍ ଥାଏ।
ମସ୍ତିଷ୍କ ଟ୍ୟୁମର ପାଇଁ ଚିକିତ୍ସା :-
- ରେଡ଼ିଏସନ ଥେରାପି – ରେଡ଼ିଏସନ ଥେରାପି ଟ୍ୟୁମର କୋଷଗୁଡ଼ିକୁ ନଷ୍ଟ କରିବା ପାଇଁ ବ୍ୟବହାର କରାଯାଏ। ଏହି ଥେରାପି ଆପଣଙ୍କୁ ଶରୀର ବାହାରେ ଦିଆଯାଇଥାଏ । କେତେକ ବିରଳ କ୍ଷେତ୍ରରେ, ଏହି ଚିକିତ୍ସା ଆପଣଙ୍କ ଟ୍ୟୁମର ନିକଟରେ ଶରୀର ଭିତରେ କରାଯାଏ ।
- ଅସ୍ତ୍ରୋପଚାର – ଯଦି ମସ୍ତିଷ୍କରେ ଥିବା ଟ୍ୟୁମର ଏପରି ଏକ ସ୍ଥାନରେ ଅଛି ଯେଉଁଠାରୁ ଏହାକୁ ବାହାର କରିବା ସହଜ, ତେବେ ସର୍ଜନ ଏହାକୁ ଅପରେସନ୍ ମାଧ୍ୟମରେ ଯଥାସମ୍ଭବ ଅପସାରଣ କରିବାକୁ ଚେଷ୍ଟା କରନ୍ତି | ଏହାର କିଛି ଅଂଶକୁ ବାହାର କରି ଏହାକୁ ହ୍ରାସ କରାଯାଇପାରେ |
କେମୋଥେରାପି – କେମୋଥେରାପିରେ ବଟିକା ଆକାରରେ କିମ୍ବା ଟ୍ୟୁମର କୋଷଗୁଡ଼ିକୁ ନଷ୍ଟ କରିବା ପାଇଁ ରକ୍ତ ନଳୀରେ ଇଞ୍ଜେକ୍ସନ ଦେଇ ଔଷଧ ଦିଆଯାଇଥାଏ । ଏଥିରେ ଅନେକ ପ୍ରକାରର ଔଷଧ ଉପଲବ୍ଧ, ଯାହା ଟ୍ୟୁମରର ଆକାର ଏବଂ ପ୍ରକାର ଉପରେ ନିର୍ଭର କରି ଦିଆଯାଏ।