ପୁଣି ବଡ଼ ଧରଣର ଭୂକମ୍ପ, ଆସିପାରେ ସୁନାମି

ଫିଲିପାଇନ୍ସବାସୀଙ୍କ ଚିନ୍ତା, କେମିତି ସରିବ ରାତି

ପୁଣି ଥରେ ବଡ଼ଧରରଣ ଭୂକମ୍ପରେ ଦୋହଲିଛି ଫିଲିପାଇନ୍ସର ମିନଡାନାଓ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ରହିଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ରହିଛି । ବିଭନ୍ନ ସ୍ଥାନରେ ବଡ଼ବଡ଼ ଘର ଭୁଶୁଡ଼ି ପଡ଼ିଥିବା ବେଳେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଦୌଡ଼ୁଥିବା ଭିଡିଓ ସାମ୍ନାକୁ ଆସିଛି । ସେହିପରି ଭୂକମ୍ପ ଝଟକା ପରେ ଫିଲିପାଇନ୍ସ ଓ ଜାପାନରେ ସୁନାମି ଆସିବାର ଆଶଙ୍କା ପ୍ରକାଶ ପାଇଛି । ଏଥିପାଇଁ ୟୁରୋପ-ମେଡିଟେରିଆନ ସେଇସମୋଲୋଜିକାଲ ସେଣ୍ଟର(ଇଏମଏସସି) ଲୋକଙ୍କୁ ସତର୍କ ରହିବାକୁ କହିଛି । ପିଲିପାଇନ୍ସର ସେଇସମୋଲୋଜି ଏଜେନ୍ସି ଆଶଙ୍କା କରିଛି ଯେ ସୁନାମି ମଧ୍ୟରାତ୍ର ସୁଦ୍ଧା ଦେଶକୁ ପ୍ରଭାବିତ କରିପାରେ। କାରଣ ସ୍ଥାନୀୟ ସମୟ ରାତି ୧୦.୩୭ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ଦେଢ଼ ଘଣ୍ଟା ମଧ୍ୟରେ ବଡ଼ବଡ଼ ଢେଉ ସ୍ଥଳ ଭାଗକୁ ମାଡ଼ି ଆସିପାରେ । ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ମଧ୍ୟ ରହିଛି । ତେବେ କ୍ଷୟକ୍ଷତି ଆକଳନ ନେଇ କୌଣସି ସ୍ପଷ୍ଟ ସୂଚନା ଆସିନି ।