ଭାରତକୁ ଟ୍ରମ୍ପଙ୍କ କଡା ଧମକ…!

“ମୁଁ ରାଷ୍ଟ୍ରପତି ହେଲେ ଭାରତରୁ ଅଦାୟ କରିବି ଅଧିକ ଟ୍ଯାକ୍ସ”

ପୁଣି ଚର୍ଚ୍ଚାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତକୁ ଟ୍ରମ୍ଫ ଦେଇଛନ୍ତି ବଡ ଧମକ ଦେଇଛନ୍ତି । ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି । ଭାରତକୁ ଖୋଲା ଖୋଲି ଭାବେ ଚ୍ୟାଲେଞ୍ଜ ଦେଇଛନ୍ତି ଆମେରିକା ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ଫ । ଆମେରିକାର କିଛି ଜିନିଷ ଉପରେ ଭାରତ ଶୁଳ୍କ ଲଗାଇଥିବାରୁ ଟ୍ରମ୍ଫ ଅସନ୍ତୋଷ ପ୍ରକାଶ କରିବା ସହ ଭାରତରେ ଆମେରିକାରେ ଉତ୍ପାଦିତ ହାର୍ଲେ ଡେଭିଡସନ୍ ମୋଟରବାଇକ୍ ଉପରେ ଭାରତ ସରକାର ତାରିଫ୍ ଲଗାଯିବା ପ୍ରସଙ୍ଗକୁ ଉଠାଇ କହିଛନ୍ତି ଯଦି ସେ ୨୦୨୪ରେ ରାଷ୍ଟ୍ରପତି ହୁଅନ୍ତି ତେବେ ଭାରତର ଉତ୍ପାଦ ଗୁଡିକୁ ଉପରେ ମଧ୍ୟ କଡା ଶୁଳ୍କ ଲଗାଇବେ ।

ତେବେ ଟ୍ରମ୍ପ ଭାରତକୁ ଚେତାବନୀ ଦେଇ କହିଛନ୍ତି, ଯଦି ମୁଁ ପୁଣି ରାଷ୍ଟ୍ରପତି ହୁଏ ତେବେ ଭାରତୀରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଅଧିକରୁ ଅଧିକ ଟ୍ୟାକ୍ସ ଲଗାଇବି । ଏହା ସହିତ ଆମେରିକା ପ୍ରଡକ୍ଟ ହାରଲେ ଡେଭିଡସନ୍ ବାଇକ୍ ଉପରେ ଅଧିକରୁ ଅଧିକ ଟ୍ୟାକ୍ସ ଲଗାଯାଉଥିବା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ଟ୍ରମ୍ପ । ତେବେ ଦେଖିବାକୁ ବାକି ରହିଲା ଏହାର ସମାଧାନ କଣ ?