ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ଆମେରିକା !

ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ହେଉଛି ଆମେରିକା । ଏ କଥା ଟିକେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ବାସ୍ତବିକ । ଆମେରିକାରେ ଏବେ ରେକର୍ଡସ୍ତରରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି । ଅଧିକାଂଶ ସହର ଏବେ ତାତିରେ ଛଟପଟ ହେଉଛି । ରବିବାର କାଲିଫଣ୍ଣିଆର ବିଶ୍ୱର ସବୁଠୁ ଉତପ୍ତ ସହର ପାଲଟିଥିବା ବେଳେ ସର୍ବାଧିକ ତାପମାତ୍ରା ଏଠାରେ ୪୮ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । କାଲିଫର୍ଣ୍ଣିଆ, ନେବାଦା, ଏରିଜୋନା, ଟେକ୍ସାସ, ଫ୍ଲୋରିଡ଼ା ଭଳି ସହରରେ ଆଗକୁ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ ଅତିକ୍ରମ ହେବା ଆଶଙ୍କା ରହିଛି ।

ତେବେ ହଠାତ ଏହି ଗ୍ରୀଷ୍ମ ପ୍ରବାହର କାରଣ ଶୁଣିଲେ ଆପଣ ବି ଭୟଭୀତ ହୋଇଯିବେ । ଦକ୍ଷିଣ ଆମେରିକାର କିଛି ଜଙ୍ଗଲରେ ନିଆଁ ଲାଗିଥିବା ଯୋଗୁଁ ଏପରି ଗ୍ରୀଷ୍ମଲହରୀ ଭୟଙ୍କର ହୋଇଛି । ତେବେ ଏହି ଗ୍ରୀଷ୍ମ ପ୍ରବାହ ନେଇ ୧୬ଟି ସହର ପାଇଁ ଆଲର୍ଟ ଜାରି କରାଯାଇଛି । ଏମିତିକି ପର୍ଯ୍ୟଟନକୁ ମଧ୍ୟ କିଛି ଦିନ ପାଇଁ ସ୍ଥଗିତ କରାଯାଇଥିବା ଦେଖିବାକୁ ମିଳିଛି । କାହିଁକି ନା ଏବେ ଭୟଙ୍କର ତାତିରେ କଲବଲ ହେଉଛି ଆମେରିକା ।