ମଝି ଆକାଶରେ ଚାଲିଗଲା ପାଇଲଟଙ୍କ ଜୀବନ !

ମୃତ୍ୟୁ ମୁହଁରୁ ବଞ୍ଚିଗଲେ ୨୭୧ ଜଣ ବିମାନ ଯାତ୍ରୀ !

ମଝି ଆକାଶରେ ଟଳି ପଡିଲେ ପାଇଲଟ। ଉଡିଗଲା ପ୍ରାଣବାୟୁ! ଏହି ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ , କିନ୍ତୁ ବାସ୍ତବରେ କଥାଟି ସତ । ହଠାତ ମଝି ଆକାଶରେ ବାଥରୁମ ଯାଇଥିଲେ ପାଇଲଟ, ଆଉ ଅଚାନକ ସେଠାରେ ଟଳିପଡିଲେ । ଏଭଳି ଅଭାବନୀୟ ଘଟନା ଘଟିଛି ମିଆମିରୁ ଚିଲି ଯାଉଥିବା ଏକ ଫ୍ଲାଇଟ ମଧ୍ୟରେ । ୨୭୧ ଜଣ ଯାତ୍ରୀଙ୍କୁ ନେଇ ମିଆମିରୁ ଚିଲିକୁ ଯାଉଥିବା ବିମାନରେ ଜଣେ ପାଇଲଟ୍ କ୍ୟାପ୍ଟେନ୍ ଇଭାନ ଆଣ୍ଡ୍ୟୁର ବାଥରୁମରେ ପଡ଼ି ଚେତା ହରାଇଥିଲେ। ତାଙ୍କୁ ବିମାନର କର୍ମଚାରୀମାନେ ତୁରନ୍ତ ଆଶୁ ଚିକିତ୍ସା କରିଥିଲେ।

କିନ୍ତୁ ତାଙ୍କର ଚେତା ଆଉ ଫେରି ନଥିଲା ତେଣୁ କୋ ପାଇଲଟ୍‌ ବିମାନର ଜରୁରୀ ଅବତରଣ କରିଥିଲେ। ବିମାନ ବନ୍ଦରରେ ଅବତରଣ ମାତ୍ରେ ତାଙ୍କୁ ବିଶେଷଜ୍ଞ ଡାକ୍ତର ଦଳ ଚିକିତ୍ସିତ କରିଥିଲେ। ମାତ୍ର ତାଙ୍କୁ ଆଉ ବଞ୍ଚାଇ ପାରି ନଥିଲେ।  ତେବେ ସୌଭାଗ୍ୟ ବଶତଃ ଅନ୍ୟଜଣେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ୨୭୧ଜଣ ଯାତ୍ରୀଙ୍କ ଜୀବନ ।