ଆଇଏମଏଫ୍ ପାକିସ୍ତାନକୁ ଦେବ ସହାୟତା

କମିବ ପାକିସ୍ତାନର ଦୁଃଖ

ପାକିସ୍ତାନକୁ ସହାୟତାର ହାତ ବଢାଇଲା ଆଇଏମଏଫ୍ । ସାମାନ୍ୟ କମ୍ ହୋଇପାରେ ପାକିସ୍ତାନର ଦୁଃଖ । ଆସନ୍ତା ୯ ମାସ ଭିତରେ ପାକିସ୍ତାନକୁ ଆଇଏମ୍ଏଫ୍ ୩୦୦ କୋଟି ଡଲାର ଦେବ । ପାଣ୍ଠି ହସ୍ତାନ୍ତର ନେଇ ଦୁଇ ସପ୍ତାହ ତଳେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା । ଆଇଏମ୍ଏଫ୍‌ ପାଣ୍ଠି ପାଇବା ପରେ ପାକିସ୍ତାନର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର ବୃଦ୍ଧି ପାଇଛି । ୟୁଏଇ ମଧ୍ୟ ପାକିସ୍ତାନକୁ ୧୦୦ କୋଟି ଡଲାର ସହାୟତା ଦେଇଥିବା ବେଳେ ସାଉଦିଆରବ ୨୦୦ କୋଟି ଡଲାର ପ୍ରଦାନ କରିଛି । ଅର୍ଥନୀତି ସଙ୍କଟ ଦେଇ ଗତି କରୁଥିବାରୁ ପାକିସ୍ତାନ ନାଗରିକ ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି। ଅଟା ପାଇବା ଲାଗି ସେମାନଙ୍କୁ ଗାଡ଼ି ପଛରେ ଦୌଡ଼ିବାକୁ ପଡ଼ୁଛି। ବିଭିନ୍ନ ସାମଗ୍ରୀର ଦରଦାମ୍ ଆକାଶଛୁଆଁ ସ୍ତରରେ ପହଞ୍ଚିଛି। ଦୈନଦିନ ଆବଶ୍ୟକ ସାମଗ୍ରୀ ଯୋଗାଡ଼ କରିବା ବହୁ ଲୋକଙ୍କ ପାଇଁ ଅସମ୍ଭବ ହୋଇପଡ଼ିଥିଲା। ଆଇଏମ୍ଏଫ୍ ପାଣ୍ଠି ମିଳିଥିବାରୁ ପାକିସ୍ତାନବାସୀଙ୍କୁ ଦରବୃଦ୍ଧିରୁ ଆଶ୍ବସ୍ତି ମିଳିବ ବୋଲି ଆଶା କରାଯାଉଛି ।