ନେଦରଲ୍ୟାଣ୍ଡ ଟାଟା ଷ୍ଟିଲରେ ହେବ ଛଟେଇ

ଛଟେଇ କରିବ ଟାଟା ଷ୍ଟିଲ !

ଛଟେଇ କରିବ ଟାଟା । ଟାଟା ଗ୍ରୁପର ଇସ୍ପାତ କମ୍ପାନି ଟାଟା ଷ୍ଟିଲ୍ । ଏହି କମ୍ପାନୀ ନେଦରଲ୍ୟାଣ୍ଡ୍ ସ୍ଥିତ ଇଜମୁଡେନ ୟୁନିଟ୍ କାରଖାନାରେ ୮୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି । ଆମଷ୍ଟରଡାମଠାରୁ ୩୦ କିଲୋମିଟର ଦୂରରେ ଥିବା ଏହି ପ୍ଲାଣ୍ଟରେ ମୋଟ ୯୨୦୦ କର୍ମଚାରୀ କାମ କରନ୍ତି। ଖର୍ଚ୍ଚକାଟ କରିବାକୁ କମ୍ପାନି ଏପରି ନିଷ୍ପତ୍ତି ନେଇଛି । ଟାଟା ଷ୍ଟିଲର ଡଚ୍ ୟୁନିଟ୍ ସୂଚନା ଅନୁସାରେ କମ୍ପାନୀ ବଜାରରେ ନିଜର ସ୍ଥିତିରେ ଉନ୍ନତି ଆଣିବା ଏବଂ ଖର୍ଚ୍ଚ ହ୍ରାସ କରିବା ପାଇଁ ଅନେକ ପ୍ରୟାସ କରିଛି । କିନ୍ତୁ ଏସବୁ ସତ୍ତ୍ୱେ ଆହୁରି କିଛି କରିବାର ଆବଶ୍ୟକତା ରହିଛି । କମ୍ପାନିକୁ ପରିବେଶ ଦୃଷ୍ଟିରୁ ସ୍ୱଚ୍ଛ କମ୍ପାନୀରେ ପରିଣତ କରିବା ପାଇଁ ଉଲ୍ଲେଖନୀୟ ପୁଞ୍ଜିନିବେଶ କରାଯାଇଛି ଏବଂ ଆଗାମୀ ଦିନରେ ଅଧିକ ପୁଞ୍ଜିନିବେଶ କରାଯିବ ବୋଲି କମ୍ପାନୀ କହିଛି। ଟାଟା ଷ୍ଟିଲର ଡଚ୍ ୟୁନିଟ୍ ର ପୁନର୍ଗଠନ ମ୍ୟାନେଜର ସ୍ତର ଏବଂ ସପୋର୍ଟ ଷ୍ଟାଫ୍ ଉପରେ ପ୍ରଭାବ ପକାଇବ। ଡଚ୍ ଇସ୍ପାତ କାରଖାନା ଅଧିକ ସ୍ଥାୟୀ ଉତ୍ପାଦନ ପଦ୍ଧତି ଆଡକୁ ଅଗ୍ରସର ହେଉଥିବାରୁ ପ୍ରତିଯୋଗିତାମୂଳକ ଅଗ୍ରଣୀ ବଜାୟ ରଖିବା ପାଇଁ ଏହା ଜରୁରୀ ବୋଲି କମ୍ପାନୀ କହିଛି। ନୂଆ ପରିବେଶ ଅନୁକୂଳ ଯୋଜନା ଅନୁଯାୟୀ, ୨୦୩୦ ସୁଦ୍ଧା କଂପାନି କୋଇଲା ଓ ଲୁହାପଥର ଉପରେ ଆଧାରିତ ଉତ୍ପାଦନ ବଦଳରେ ସ୍କ୍ରାପ୍ ଏବଂ ହାଇଡ୍ରୋଜେନ୍ ଚାଳିତ ଓଭନ୍ ଲଗାଇବ ବୋଲି ଟାଟା କହିଛି