ଜୁନ ୪ରୁ ଟି-୨୦ ବିଶ୍ୱକପ

ଘୋଷଣା ହେଲା ଆଗାମୀ ବିଶ୍ଵକପ ପାଇଁ ତାରିଖ । ଆସନ୍ତା ଜୁନ ୪ତାରିଖରେ ଅନୁଷ୍ଠିତ ହେ ଟି-୨୦ ବିଶ୍ୱକପ । ୨୦୨୪ ପାଇଁ କାର୍ଯ୍ୟସୂଚୀ ସାମ୍ନାକୁ ଆସିଛି । ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବା ବେଳେ ଆସନ୍ତ ଜୁନ ୪ ତାରିଖରୁ ୩୦ ତାରିଖରେ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରଯିବ । ମୋଟ ୧୦ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ପ୍ରାୟ ୫୫ଟି ମ୍ୟାଚକୁ ୨୭ ଦିନରେ ଖେଳାଯିବ ବୋଲି ସୂଚନା ରହିଛି । ଗତ ଟି-୨୦ ବିଶ୍ୱକପରେ ୧୬ଟି ଦଳ ଭାଗ ନେଇଥିବା ବେଳେ ଏଥର ୨୦ ଟି ଦଳ ଟୁର୍ଣ୍ଣାମେଣ୍ଟ ଖେଳିବେ । ୨୦ ଟିମକୁ ୫ ଲେଖାଏଁ ୪ ଟି ଗ୍ରୁପରେ ଭାଗ କରାଯିବ ।

ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ଦୁଇଟି ଲେଖାଏଁ ଟିମ ସୁପର-୮ ମ୍ୟାଚ ଖେଳିବେ । ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୪ଟି ଟିମ୍ ସେମିଫାଇନାଲ ଖେଳିବେ । ଗତ ଟି-୨୦ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଥିଲା ଇଂଲଣ୍ଡ । ତେବେ ଆଇସିସି ରାଙ୍କି ଅନୁସାରେ ଶ୍ରେଷ୍ଠ ୧୦ ଟିମ ଚୟନ ସରିଛି । ୟୁରୋପ, ଇଷ୍ଟ ଏସିଆ, ଆମେରିକା, ଏସିଆ, ଆଫିକ୍ରା ଭଳି କିଛି ଟିମ ଆସନ୍ତା ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ତେବେ ଆସନ୍ତା ବିଶ୍ଵକପ ପାଇଁ ଭାରତ କେଉଁ ରଣନୀତି ଅପଣାଉଛି ତାହା ଦେଖିବାକୁ କ୍ରୀଡାପ୍ରେମୀଙ୍କ ମନରେ ଏବେଠୁ ଉତ୍କଣ୍ଠା ବଢାଇଦେଇଛି । ଆଉ ଟିମ ଇଣ୍ଡିଆ ମଧ୍ୟ ଆସନ୍ତା ବିଶ୍ବକପରେ ଟାଇଟଲ ହଟେଇବାକୁ ବେସ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି ।