ICCସଦସ୍ଯତା ହରାଇଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ !

ମହଙ୍ଗା ପଡିଲା ଶ୍ରୀଲଙ୍କା ସରକାରଙ୍କ ହସ୍ତକ୍ଷେପ !

ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ବଡ ଝଟକା । ଆଇସିସିରୁ ବାଦ ପଡିଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ । ଚଳିତ ବିଶ୍ୱକପରେ ଶ୍ରୀଲଙ୍କାର ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଥିବା ବେଳେ ପୁଣି ଆଇସିସି ଦେଇଛି ବଡ ଝଟକା । ଶ୍ରୀଲଙ୍କା କ୍ରିକେଟକୁ ଇଂଟରନ୍ୟାସନାଲ କ୍ରିକେଟ କାଉନସିଲ ନିଲମ୍ବିତ କରିଛି । ଗୁରୁବାର ଶ୍ରୀଲଙ୍କା ସରକାର ସର୍ବସମ୍ମତିକ୍ରମେ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ବରଖାସ୍ତ କରିବା ପରେ ଆଇସିସି କଡା ଆଭିମୁଖ୍ୟ ଗ୍ରହଣ କରିଛି । ଆଇସିସି ପକ୍ଷରୁ କୁହାଯାଇଛି ଶ୍ରୀଲଙ୍କା କ୍ରିକଟରେ ବ୍ୟାପକ ସରକାରୀ ହସ୍ତେକ୍ଷପ ହେଉଛି । ଶ୍ରୀଲଙ୍କା ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ଆଇସିସି ନେଇଛି ଏପରି ପଦକ୍ଷେପ।

ଆଇସିସି ବୋର୍ଡ ପକ୍ଷରୁ ଆଜି ବିସିଥିବା ଜରୁରୀକାଳିନ ବୈଠକରେ ଶ୍ରୀଲଙ୍କା କ୍ରିକେଟର ସଦସ୍ୟତା ପଦକୁ ରଦ୍ଦ କରିବାକୁ ନିଷ୍ପତ୍ତି ହୋଇଛି। କ୍ରିକେଟ ବୋର୍ଡ ଏକ ସ୍ବୟଂଶାସିତ ସଂସ୍ଥା। ଆଇସିସିର ସ୍ଥାୟୀ ସଦସ୍ୟ ଭାବେ ସବୁ ପ୍ରକାରର ନିୟମ ଉଲ୍ଲଙ୍ଘନ କରିଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ। କାରଣ  କ୍ରିକେଟ ବୋର୍ଡରେ ସରକାର କୌଣସି ହସ୍ତକ୍ଷେପ କରିପାରିବେ ନାହିଁ। ତେବେ ୧୯୯୨ ମସିହା ପରଠାରୁ ବିଶ୍ୱକପରେ ଶ୍ରୀଲଙ୍କା ସବୁଠୁ ଖରାପ ପ୍ରଦର୍ଶନ କରିଛି। ଚଳିତ ବିଶ୍ୱକପରେ ୯ ମ୍ୟାଚ୍ ମଧ୍ୟରୁ କେବଳ ଦୁଇଟି ଜିତିପାରିଛି ଦଳ।  ତେବେ ବର୍ତ୍ତମାନ ସଦସ୍ଯତା ହରାଇବା ପରେ ହରଡଘଣାରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ।