ପୁଣିଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବେ ଶେହବାଜ ଶରିଫ

ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବେ ଶେହବାଜ ଶରିଫ

ପୁଣିଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବେ ଶେହବାଜ ଶରିଫ। ସେ ଦ୍ୱିତୀୟ ଥର ପାଇଁ ପାକିସ୍ତାନର ଶାସନ ଡୋର ନିଜ ହାତକୁ ନେବେ। ନବ ନିର୍ବାଚିତ ସଂସଦରେ ଅତି ସହଜରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଶେହବାଜ ଶରିଫ ରବିବାର ଦ୍ୱିତୀୟ ଥର ପାଇଁ ମେଣ୍ଟ ସରକାରର ନେତୃତ୍ୱ ନେବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ସୋମବାର ରାଷ୍ଟ୍ରପତି ଭବନ ଆୱାମ-ଇ-ସାଦ୍ରରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରବିବାର ସଂସଦରେ ଭୋଟିଂ ପରେ ଶେହବାଜ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ର ସର୍ବସମ୍ମତ ପ୍ରାର୍ଥୀ ହୋଇଥିବା ୭୨ ବର୍ଷୀୟ ଶେହବାଜ ୩୩୬ସଦସ୍ୟ ବିଶିଷ୍ଟ ଗୃହରେ ୨୦୧ ଭୋଟ୍ ପାଇ ବିଜୟୀ ହୋଇଛନ୍ତି।