ଅନୱର ଉଲ୍ ହକ୍ କାକରଙ୍କୁ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ

ଶହବାଜ୍ ଙ୍କ ସ୍ଥାନରେ ଅନୱର ଉଲ୍ ହକ୍ କାମଚଳା ପିଏମ୍

ପାକିସ୍ତାନରେ ନ୍ୟାନସାଲ ଆସେମବ୍ଲି ଭଙ୍ଗ ହେବା ପରେ ଏବେ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବିରୋଧୀଦଳର ନେତା ରାଜା ରିୟାଜଙ୍କୁ ନ୍ୟାସନାଲ ଆସେମବ୍ଲି କହିଛି କି ଅନୱର ଉଲ୍ ହକ୍ କାକରଙ୍କୁ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି ।ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତି ମୁତାବକ ଶାହବାଜ ଓ ନ୍ୟାସନାଲ ଆସେମବ୍ଲି ବିରୋଧୀ ନେତା ରାଜା ରିୟାଜ ଅନୱର ଉଲ୍ ହକଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ସମ୍ବନ୍ଧରେ ରାଷ୍ଟ୍ରପତି ଓଲବୀଙ୍କୁ ପରାମର୍ଶ ପଠାଇଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଭବନ ବାହାରେ ରିୟାର ଏହି କଥା କହିଥିଲେ । ଇସ୍ତଫା ଦେବା ପରେ ଶାହବାଜ ଶରିଫ ଶୁକ୍ରବାର ଦିନ କହିଥିଲେ କି ଶନିବାର ସୁଦ୍ଧା ଅନ୍ତରୀଣ ପ୍ରଧାନମନ୍ତ୍ରୀ କିଏ ହେବ ତାହା ସ୍ପଷ୍ଟ ହୋଇଯିବ । ଏହାସହ ରାଷ୍ଟ୍ରପତି ଆରିଫ ଓଲବୀ ଶାହବାଜ ଶରିଫ୍ ଓ ବିରୋଧୀଦଳଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଚୟନ ପାଇଁ ଶନିବାର ସୁଦ୍ଧା ନାମ ଦେବାକୁ ପ୍ରସ୍ତାବ ଦେଇଥିଲେ ।

ଆଗକୁ ପଢନ୍ତୁ