ରୁଷକୁ ଲାଗିଲା ବଡ଼ ଧକ୍କା

ଚନ୍ଦ୍ରପୃଷ୍ଠରେ ଖସିପଡିଲା ଋଷର ଚନ୍ଦ୍ର ମିଶନ୍ ଲୁନା-୨୫

୫୦ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିବା ରୁଷକୁ ଏକ ବଡ଼ ଧକ୍କା ଲାଗିଛି । ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ଯାଇଥିବା ରୁଷର ଚନ୍ଦ୍ର ମିଶନ୍ ଲୁନା-୨୫ ଯାନ୍ତ୍ରିକ ତ୍ରୁଟି ଫଳରେ ଚନ୍ଦ୍ରପୃଷ୍ଠରେ ଖସିପଡ଼ିଛି । ରୁଷର ମହାକାଶ ସଂସ୍ଥା ରସକସମସ୍ ଏନେଇ ସ୍ପଷ୍ଟ କରିଛି । ରୁଷ୍ ଅଗଷ୍ଟ ୧୧ ରେ ଲୁନା-୨୫ ଲଞ୍ଚ କରିଥିଲା ଓ ତାହା ଅଗଷ୍ଟ ୨୧ରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାର ଥିଲା । ରୁଷିଆର ଲୁନା-୨୫ ମହାକାଶଯାନ ଚନ୍ଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ରୁଷର ଟାସ୍ ରୁଷୀୟ ମହାକାଶ ଏଜେନ୍ସି ରୋସ୍କୋସ୍ମୋସ୍କୁ ଉଦ୍ଧୃତ କରି କହିଛି। ସୂଚନାଯୋଗ୍ୟ, ଲୁନା-୨୫ର ଲ୍ୟାଣ୍ଡରରେ ଥିବା କ୍ୟାମେରା ମହାକାଶରୁ ପୃଥିବୀରୁ ଚନ୍ଦ୍ରର ଫଟୋ ଉଠାଇ ସାରିଥିଲା। ରୁଷିଆର ଲୁନା-୨୫ ମହାକାଶଯାନ ଚନ୍ଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ରୁଷର ସରକାରୀ ନିୟନ୍ତ୍ରିତ ସମ୍ବାଦ ସରବରାହ ସଂସ୍ଥା ଟାସ୍ ରୁଷୀୟ ମହାକାଶ ଏଜେନ୍ସି ରୋସ୍କୋସ୍ମୋସ୍କୁ ଉଦ୍ଧୃତ କରି କହିଛି। ସୂଚନାଯୋଗ୍ୟ, ଲୁନା-୨୫ର ଲ୍ୟାଣ୍ଡରରେ ଥିବା କ୍ୟାମେରା ମହାକାଶରୁ ପୃଥିବୀରୁ ଚନ୍ଦ୍ରର ଫଟୋ ଉଠାଇ ସାରିଥିଲା