କାଙ୍ଗାଳ ପାକିସ୍ତାନର ସମସ୍ୟା ବଢାଇଛି ଋଷ

ପାକିସ୍ତାନକୁ ଋଷର ଧମକ

ୟୁକ୍ରେନ-ଋଷ ଯୁଦ୍ଧ । କେତେବେଳେ ମିସାଇଲ୍ ମାଡ ତ ଆଉ କେତେବେଳେ ଟ୍ୟାଙ୍କରୁ ବର୍ଷୁଛି ଗୁଳି । କିନ୍ତୁ ଏବେ ସାମ୍ନାକୁ ଆସୁଛି ରୋଚକ ଖବର । କାଙ୍ଗାଳ ପାକିସ୍ତାନର ସମସ୍ୟାକୁ ବଢାଇଦେଇଛି ଋଷ । ୟୁକ୍ରେନ ସହିତ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧ ଯୋଗୁଁ ରୁଷ ଏବେ ପାଗଳ ପ୍ରାୟ କାମ କରୁଛି । ଏହାର କାରଣ ହେଉଛି ଜଟିଳ ପରିସ୍ଥିତିରେ ଥିବା ଋଷ ବର୍ତ୍ତମାନ ନିଜର ପ୍ରତିରକ୍ଷା ସହଯୋଗୀ ରାଷ୍ଟ୍ରଆଡକୁ ମୁହାଁଇଛି । ନିଜର ସାମରିକ ଅସ୍ତ୍ରଶସ୍ତ୍ରକୁ ଫେରାଇବା ପାଇଁ ଋଷ ବିଶେଷ ଭାବରେ ପାକିସ୍ତାନ ଆଡକୁ ମୁହାଁଇଛି, ଯାହାକି ଦୀର୍ଘ ବର୍ଷ ଧରି ଋଷର ସାମରିକ ଉପକରଣ କ୍ରୟ କରିଆସୁଥିଲା ପାକିସ୍ତାନ । ହେଲିକପ୍ଟରର ଇଞ୍ଜିନ ଫେରସ୍ତ କରିବାକୁ ଋଷ ପାକିସ୍ତାନକୁ କହିଛି । ଋଷ ଇସଲାମାବାଦକୁ ହେଲିକପ୍ଟର ଇଞ୍ଜିନ ଫେରାଇବାକୁ କହିଛି । Mi-35M ହେଲିକପ୍ଟର ପାଇଁ ଏହା ଅତ୍ୟାବଶ୍ୟକ ଅଂଶ, ଯାହା ୟୁକ୍ରେନରେ ଋଷ ଦ୍ୱାରା ବହୁଳ ଭାବରେ ବ୍ୟବହୃତ ହେଉଛି | ଦୀର୍ଘ ଦିନ ଧରି ଚାଲିଆସୁଥିବା ଯୁଦ୍ଧକୁ ଦୃଷ୍ଟିରେ ରଖି ଋଷ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଏହି ପଦକ୍ଷେପ ନେଇଛି ବୋଲି ବିଶ୍ୱାସ କରାଯାଏ । ତେବେ ଋଷର ଏହି ଦାବି ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଛି। ଖବର ଅନୁଯାୟୀ, ହେଲିକପ୍ଟର ଇଞ୍ଜିନ୍ ଫେରସ୍ତ କରିବାକୁ ପାକିସ୍ତାନକୁ ଋଷ ସୂଚାଇ ଦେଇଛି ଯେ ଋଷର ସାମରିକ ପ୍ରୟାସରେ ତୁରନ୍ତ ସହାୟତା ଆବଶ୍ୟକ, ଯାହା ଆନ୍ତର୍ଜାତୀୟ ସାମରିକ ମିଳିତ ମଞ୍ଚ ତଥା ପ୍ରତିରକ୍ଷା ଶିଳ୍ପ ଉପରେ ବିବାଦର ବ୍ୟାପକ ପ୍ରଭାବକୁ ସୂଚାଉଛି । ୟୁକ୍ରେନ ଯୁଦ୍ଧକୁ ଦର୍ଶାଇ ଋଷ ପାକିସ୍ତାନରୁ ଏହାକୁ ଦାବି କରିଛି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ କରିଛି ଯେ ଇଜିପ୍ଟ ଏବଂ ବେଲାଋଷ ଭଳି ଅନ୍ୟ ଦେଶକୁ ଋଷ ସେମାନଙ୍କ ସଶସ୍ତ୍ର ବାହିନୀକୁ ସମର୍ଥନ କରିବା ପାଇଁ ଏକ ପ୍ରୟାସ କରିଛି।