ୟୁକ୍ରେନ୍ ବନ୍ଦର ଉପରେ ଋଷର ଆକ୍ରମଣ

ଡ୍ରୋନ୍ ଆକ୍ରମଣର ପ୍ରତିଶୋଧ ନେଲା ଋଷ

କିଛି ଦିନ ତଳେ ୟୁକ୍ରେନ୍ ଋଷର ଏକ ଅଞ୍ଚଳରେ ଡ୍ରୋନ୍ ଆକ୍ରମଣ କରିଥିଲା । ଏହା ପରେ ଋଷ ଏହାର ପ୍ରତିଶୋଧ ନେଇଛି । ୟୁକ୍ରେନ ସହ ଖାଦ୍ୟ ରପ୍ତାନି ଚୁକ୍ତି ବାତିଲ ହେବା ପରେ ରୁଷ୍ ଏବେ ୟୁକ୍ରେନର ରପ୍ତାନି ଭିତ୍ତିଭୂମିକୁ ନଷ୍ଟ କରିବାରେ ଲାଗିଛି। ରୋମାନିଆ ସୀମା ନିକଟରେ ଥିବା ୟୁକ୍ରେନର ଡାନୁବ ନଦୀ କୂଳରେ ଥିବା ଏକ ବନ୍ଦର ଉପରେ ବୁଧବାର ରୁଷ୍ ଡ୍ରୋନ୍ ଆକ୍ରମଣ କରିଛି ।ଏହି ଆକ୍ରମଣରେ ୟୁକ୍ରେନର ବ୍ୟାପକ କ୍ଷତି ହୋଇଥିବା ଖବର ମିଳିଛି । ଏହା ପୂର୍ବରୁ ରୁଷ୍ ୟୁକ୍ରେନର ସବୁଠାରୁ ବଡ଼ ଓଡେସା ବନ୍ଦର ଏବଂ ଅନ୍ୟ କେତେକ ବନ୍ଦର ଉପରେ ମଧ୍ୟ ଆକ୍ରମଣ କରି ବ୍ୟାପକ କ୍ଷତି ପହଞ୍ଚାଇଛି । ରୁଷିଆର ଏହି ପଦକ୍ଷେପ ଯୋଗୁଁ ବିଶ୍ୱରେ ଖାଦ୍ୟଶସ୍ୟ ଦର ବଢିବାରେ ଲାଗିଛି । ଗୋଟିଏ ପଟେ ଭାରତ ଚାଉଳ ରପ୍ତାନି ବନ୍ଦ କରିଥିବାବେଳେ ରୁଷ ଓ ୟୁକ୍ରେନରୁ ଗହମ ରପ୍ତାନି ବନ୍ଦ ହେବା ଦ୍ବାରା ସମଗ୍ର ବିଶ୍ବରେ ଖାଦ୍ୟଶସ୍ୟ ଦର ବଢିବାରେ ଲାଗିଛି ।