ପାକିସ୍ତାନ ଇତିହାସରେ ପ୍ରଥମ, ତୈଳ ଦର ୩୦୦ ପାର୍

ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ଦର ପାର୍ କରିଛି ୩୦୦

ପାକିସ୍ତାନରେ ବଢିଲା ଅଧିକ ସଂକଟ । ପେଟ୍ରୋଲ ଓ ଡିଜେଲ ଦର ପାର୍ କରିଛି ୩୦୦ ଟଙ୍କା । ପାକିସ୍ତାନ ଇତିହାସରେ ପ୍ରଥମ ଥର ପାଇଁ ଇନ୍ଧନ ଦରବୃଦ୍ଧି ସମସ୍ତଙ୍କ ଲାଗି ଚିନ୍ତାର କାରଣ ହୋଇଛି । ଆର୍ଥିକ ସଂକଟରେ ଥିବା ପାକିସ୍ତାନରେ କାମଚଳା ସରକାର ଚାଲିଥିବାବେଳେ ପେଟ୍ରୋଲ ଓ ଡିଜେଲ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଗୁରୁବାର ପେଟ୍ରୋଲ ଲିଟର ପିଛା ୧୪ ଟଙ୍କା ୯୧ ପଇସା ବଢିଥିବାବେଳେ ଡିଜେଲ ଦର ଲିଟର ପିଛା ବଢିଥିଲା ୧୮ ଟଙ୍କା ୪୪ ପଇସା । ଦେଶରେ ବର୍ତ୍ତମାନ ପେଟ୍ରୋଲ ଦର ୩୦୫ ଟଙ୍କା ରହିଥିବାବେଳେ ଡିଜେଲ ଦର ଲିଟର ପିଛା ହୋଇଛି ପ୍ରାୟ ୩୧୨ ଟଙ୍କା । ଗତ କିଛି ବର୍ଷ ଧରି ପାକିସ୍ତାନରେ ନାହିଁ ନଥିବା ଅର୍ଥନୈତିକ ସଂକଟ ଜାରି ରହିଛି  । ତୈଳଦର ବୃଦ୍ଧିର ପ୍ରଭାବ ଜନଜୀବନ ଉପରେ ଗଭୀର ଭାବେ ପଡିବାର ଆଶଙ୍କା ରହିଛି । ସେପଟେ ପାକିସ୍ତାନୀ ଟଙ୍କାର ବ୍ୟାପକ ଅବମୂଲ୍ୟାୟନ ହେଉଥିବାରୁ ଚିନ୍ତା ପ୍ରକଟ କରାଯାଇଛି । ମୁଦ୍ରାର ଅବମୂଲ୍ୟାୟନ ଯୋଗୁ ପାକିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କ ସୁଧହାର ବୃଦ୍ଧି କରିଛି ।